Latest Odisha News

BREAKING NEWS

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ବିନ୍ନୀ ଭାରତ ପକ୍ଷରୁ ୨୭ ଟେଷ୍ଟ ଓ ୭୨ ଦିନିକିଆ ଖେଳିଛନ୍ତି । ସେ ୧୯ ବର୍ଷରୁ କମ ଭାରତୀୟ ଦଳର କ୍ରିକେଟ ଟିମର କୋଚ ଦାୟିତ୍ୱ ଭାବେ ସୁଚାରୁରୂପେ ତୁଲାଇଥିଲେ । ତାଙ୍କ ପ୍ରଶିକ୍ଷଣରେ ଦଳ ବିଶ୍ୱକପ ଜିତିଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ସେ ଭାରତୀୟ ଚୟନ କମିଟିରେ ରହିଥିଲେ ।

ତାଜ ହୋଟେଲରେ ଆୟୋଜିତ ବୈଠକରେ ଜୟ ଶାହ, ସୌରଭ ଗାଙ୍ଗୁଲି, ରାଜୀବ ଶୁକ୍ଲା, ଅରୁଣ ସିଂ ଧୂମାଲ ଓ ବିନ୍ନୀ ଉପସ୍ଥିତ ଥିଲେ । ୧୯୮୩ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଟୁର୍ଣ୍ଣାମେଂଟରେ ସେ ୧୮ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.