ଭୋପାଳ: ମଧ୍ୟପ୍ରଦେଶରେ ପୁନର୍ବାର କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ମୂଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବିଜେପିର ବାଙ୍ଗାଲୋର ରିଜର୍ଟରେ ୧୭ କଂଗ୍ରେସ ବିଧାୟକ ରହିଛନ୍ତି ।
ତେବେ ଏହାର ସତ୍ୟତା କେହି ପୃଷ୍ଟି କରି ନାହାନ୍ତି । ଏହି ବିଧାୟକମାନେ ଅସନ୍ତୁଷ୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଆନୁଗତ୍ୟ ବୋଲି ଜଣାପଡିଛି । ସମସ୍ତ ବିଧାୟକଙ୍କ ନାମ ଜଣା ପଡି ନ ଥିଲେ ମଧ୍ୟ ଝମରିତି ଦେବୀ, ପ୍ରଦ୍ୟୁମ୍ନ ସିଂ ତୋମାର, ମହେନ୍ଦ୍ର ସିଂ ସୋସଡିଆ, ତୁଳସୀ ସିଲାବଟ, ପ୍ରଭୁରାମ ଚୌଧୁରୀ ଓ ଗୋବିନ୍ଦ ସିଂ ରାଜପୁତ ବାଙ୍ଗାଲୋର ପହଂଚିଛନ୍ତି । ବିଜେପି ଅଧୈର୍ଯ୍ୟ ହୋଇଗଲାଣି ସରକାର ଗଠନ କରିବ ବୋଲି କମଳନାଥ ସମାଲୋଚନା କରି କହିଛନ୍ତି ।
Comments are closed.