ଦର୍ଶନ କରିବି କାଳିଆକୁ .. ..

ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି ଚାଲି ଆସିଛନ୍ତି ଖାସ୍ ଜଗନ୍ନାଥଙ୍କୁ ଦେଖିବାକୁ । ୧୪୦୦ କିଲୋମିଟର ଯାତ୍ରା କରି ବାହାରି ଆସିଛନ୍ତି କ୍ରିପାଲ ସିଂ ।ମନରେ ଗୋଟିଏ ଝୁଙ୍କ୍ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପ୍ରତିଦିନ ୬୦ରୁ ୭୦କିଲୋମିଟର ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି । ପ୍ରଭୁଙ୍କୁ ଦର୍ଶନ କରିବେ , ତା ସହିତ କରୋନାରୁ ମୁକ୍ତି ପାଇବା ସହିତ ବିଶ୍ୱ ମଙ୍ଗଳ କାମନା କରିଛନ୍ତି କ୍ରିପାଲ । ଜୁଲାଇ ୫ରୁ ଘରୁ ବାହାରିବା ପରେ ସେ ବହୁ ଦୁର୍ଗମ ପଥ ଅତିକ୍ରମ କରି ଛତିଶଗଡ଼ ଓ ସୋନପୁର ଦେଇ ପୁରୀ ଅଭିମୁଖେ ବାହାରିଛନ୍ତି ।