Latest Odisha News

BREAKING NEWS

ଆସନ୍ତାକାଲି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣାକୁ ପୂରିଲା ଏକ ବର୍ଷ । ଏହି ଅବସରରେ ଆସନ୍ତାକାଲି ଶିକ୍ଷା ଓ କୌଶଳ ବିକାଶର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ କେତେକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ଶୈକ୍ଷିକ ବ୍ୟାଙ୍କ ଅଫ୍ କ୍ରେଡିଟର ଶୁଭାରମ୍ଭ କରିବେ । ଯାହା ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ହେବ । ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷ ଯାନ୍ତ୍ରିକ ଶିକ୍ଷା କାର୍ଯ୍ୟକ୍ରମ ଏବଂ ଉଚ୍ଚଶିକ୍ଷାର ବୈଶ୍ବିକରଣ ନିମନ୍ତେ ମାର୍ଗଦର୍ଶିକା ମଧ୍ୟ ପ୍ରକାଶ କରିବେ ପ୍ରଧାନମନ୍ତ୍ରୀ ।

ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ଗ୍ରେଡ୍ ଓ୍ବାନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟା ପ୍ରବେଶ ଏକ ତ୍ରୈମାସିକ ଖେଳଭିତ୍ତିକ ଶିକ୍ଷା ମଡ୍ୟୁଲ, ମାଧ୍ୟମିକ ସ୍ତରରେ ଭାରତୀୟ ସାଇନ୍ ଲାଙ୍ଗୁଏଜର ଏକ ବିଷୟ । ଏନସିଇଆରଟି ଦ୍ବାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ବିତ କାର୍ଯ୍ୟକ୍ରମ (NISHTHA 2.0) ସଫଳ ଗ୍ରେଡ୍, ୩, ୫ ଓ ୮ ସିବିଏସଇ ସ୍କୁଲ ପାଇଁ ଏକ ଦକ୍ଷତାଯୁକ୍ତ ଆକଳନ ପଦ୍ଧତି ଓ କୃତ୍ରିମ ମେଧା ପାଇଁ ଏକ ଉତ୍ସର୍ଗୀକୃତ ଏକ ଓ୍ବେବସାଇଟ୍ । ଏହାଛଡ଼ା ଜାତୀୟ ସାଂକ୍ଷିକ ଶିକ୍ଷା ସ୍ଥପତି ଓ ଜାତୀୟ ଶିକ୍ଷା ବୈଷୟିକ ମଞ୍ଚର ମଧ୍ୟ ଶୁଭାରମ୍ଭ କରାଯିବ ।

Leave A Reply

Your email address will not be published.