Latest Odisha News

BREAKING NEWS

କଂଗ୍ରେସ ବିଧାୟକଙ୍କୁ ଆଣିବାକୁ ଯାଇ ମଧ୍ୟପ୍ରଦେଶ ମନ୍ତ୍ରୀ ପୋଲିସ ଦ୍ୱାରା ଗିରଫ; ଭାଇରାଲ୍ ହେଲା ଭିଡ଼ିଓ !

ବେଙ୍ଗାଲୁରୁ: ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେବାରେ ଲାଗିଛି । ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ କମଳନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇବା ପରିସ୍ଥ୍‌ିତି ଉପୁଜିବା ସ୍ୱାଭାବିକ । ଏପଟେ ବିରୋଧୀ ବିଜେପି ଏବଂ ଶାସକ କଂଗ୍ରେସ ଦଳ ଶାସନ କ୍ଷମତା ଲାଗି ଛକାପଞ୍ଝା ଲାଗିଛନ୍ତି । ରାଜସ୍ଥ୍‌ାନ ହଲିଡ଼େ ରିସର୍ଟରେ କଂଗ୍ରେସ ବିଧାୟକ ସୁରକ୍ଷିତ ରହିଥିବା ବେଳେ ଏପଟେ ଇସ୍ତଫା ପ୍ରଦାନ କରିଥିବା ବିଧାୟକମାନେ ବିରୋଧୀ ଶିବରରେ ଅଛନ୍ତି ବୋଲି ଗଣମାଧ୍ୟମରୁ ଜଣାପଡ଼ିଛି । ତେବେ ବେଙ୍ଗାଲୁରୁର ଏକ ହଲିଡ଼େ ରିସର୍ଟରେ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକମାନେ ରହିଥିବା ବେଳେ ସେମାନଙ୍କୁ ବୁଝାଇ ଭୋପାଳ ଆଣିବାକୁ ଯାଇଥିଲେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ଜିତୁ ପଟୱାରୀ । ମାତ୍ର ସେ ହଟ୍ଟହଟାର ଶୀକାର ହୋଇଛନ୍ତି । ପୋଲିସ ସହିତ ମାଡ଼ପିଟ କରିବା ଅଭିଯୋଗରେ ବେଙ୍ଗାଲୁର୍ ପୋଲିସ ମନ୍ତ୍ରୀ ଶ୍ରୀ ପଟ୍ଟୱାରୀଙ୍କୁ ଗିରଫ କରିଛି ।

BjdElectrycity

ଏନେଇ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରରେ ରହିଥିବା ବିଦ୍ରୋହୀ କଂଗେସ ବିଧାୟକମାନଙ୍କ୍‌ୁ ବୁଝାଇ ନିଜ ସପକ୍ଷକୁ ଆଣିବା ଲାଗି ଶିକ୍ଷାମନ୍ତ୍ରୀ ଜିତୁ ପଟ୍ଟୱାରୀ ସେମାନେ ରହୁଥିବା ଏଂବାସୀ ବୁଲେଭାର୍ଡ଼ ପହଞ୍ଚିଥିଲେ । ଶ୍ରୀ ପଟ୍ଟୱାରୀଙ୍କ ସହିତ ଥିଲେ ଅନ୍ୟ ଜଣେ ନେତା ଲାଖନ ସିଂ ସିନ୍ଧିଆ । ଏଂବାସୀ ବାହାରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସ ସହିତ ଶ୍ରୀ ପଟ୍ଟୱାରୀଙ୍କ ସହିତ ଉଚ୍ଚବାଚ ହୋଇଥିଲା । ପରେ ପୋଲିସ ସହିତ ଝଗଡ଼ା କରିଥିବା ଯୋଗୁଁ ତାଙ୍କୁ କିପରି ଗିରଫ କରାଯାଇଛି ସେନେଇ ମନ୍ତ୍ରୀ ଜିତୁ ଟ୍ୱିଟ୍ କରି ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ।

ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚ ବେଶ୍ ବଢିବାରେ ଲାଗିଛି । ଖାଲି ଜିତୁ ନୁହଁନ୍ତି ବରଂ କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ୱିଟରେ ଏନେଇ ଭିଡ଼ିଓ ପ୍ରକାଶିତ ହୋଇଛି ।

ସବୁଠାରୁ ବଡ଼କଥା ହେଲା ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ମଧ୍ୟପ୍ରଦେଶ ବିଧାନସଭାରେ ହେବ ଫ୍ଲୋରଟେଷ୍ଟ । ଜିତୁ ପଟ୍ଟୱାରୀ ଓ ଲାଖନ ସିଂହ ସିନ୍ଧିଆ ଏବେ ବେଙ୍ଗାଲୁରୁ ପୋଲିସ ହେପାଜତରେ ରହିଛନ୍ତି । ତେଣୁ କଂଗ୍ରେସ ଏବେ ୨ ଜଣ ବିଧାୟକଙ୍କ ସମର୍ଥନ ମଧ୍ୟ ହରାଇବାର ସମ୍ଭାବନା ରହିଛି ।

Leave A Reply

Your email address will not be published.