Latest Odisha News

BREAKING NEWS

ବିବାହ ଭାଙ୍ଗିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର: ବିବାହ ବନ୍ଦ ହୋଇଯିବାରୁ ଭଞ୍ଜନଗରରେ ଜଣେ ଯୁବକ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଯୁବକ ଜଣକ ସହରର ବସଷ୍ଟାଣ୍ଡ ନିକଟରେ ଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ଜାଣିବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ, ପରେ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ପୃକ୍ତ ଯୁବକ ଜଣକ ଜଗନ୍ନାଥ ପ୍ରସାଦ ଅଞ୍ଚଳ ଗୁପ୍ତପାଲୀ ଗାଁର ମୂଳ ବାସିନ୍ଦା। ନିକଟ ଅତୀତରେ ତାଙ୍କର ବାହାଘର ସ୍ଥିର ହୋଇଥିବା ବେଳେ ଝିଅ ଘର ପକ୍ଷରୁ ପରେ ବାହାଘର ବନ୍ଦ କରିଦିଆଯାଇଥିଲା । ଯାହାଫଳରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ପୋଲିସକୁ ସମ୍ମୁଖରେ ପ୍ରକାଶ କରିଛନ୍ତି ସେ ।

Leave A Reply

Your email address will not be published.