Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପାଳନ ବେଳେ ମଞ୍ଚରେ ପଡିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳୁଥିଲେ  । କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ତେବେ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବିଧାନସଭା ଅଧ୍ୟକ୍ଷ ମଞ୍ଚ ଉପରେ ପଡିଗଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡା.ପ୍ରଭୁରାମ ଚୌଧୁରୀ ରାୟସେନ ମାର୍ଚ୍ଚପାଷ୍ଟ ସମୟରେ ସାଲ୍ୟୁଟ ଗ୍ରହଣ କରିବା ସମୟରେ ମଞ୍ଚ ଉପରେ ଥିଲେ । ହଠାତ ପଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତାଙ୍କୁ ତୁରନ୍ତ ତାଙ୍କୁ ଉଠାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏବେ ସେ ଡାକ୍ତରଙ୍କ ତତ୍ତ୍ୱାବଧାରେ ଅଛନ୍ତି ।

ସେହିପରି ମଉଗଞ୍ଜରେ ବିଧାନସଭା ଅଧ୍ୟକ୍ଷ ଗିରିଶ ଗୌତମ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ହେଲେ ଜନତାଙ୍କୁ ସମ୍ବୋଧନ କରିବା ଆରମ୍ଭ କରିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଗଲା । ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା । ତାଙ୍କର ମଧ୍ୟ୍ ଚିକିତ୍ସା ଚାଲିଛି ।

ସୂଚନାଥାଉ କି, ସୋମବାର ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ହରଘର ତ୍ରିରଙ୍ଗା ଅଭିଯାନରେ ରାୟସେନ ତିନୋଟି ଭିନ୍ନ ଭିନ୍ନ ରାଲିରେ ଯାଇଥିଲେ । ଏହି ରାଲିରେ ସ୍କୁଲ ଛାତ୍ରଛାତ୍ରୀ, ପୋଲିସ ଏବଂ ପ୍ରଶାସନ ତଥା ଜନତା ଭାଗ ନେଇଥିଲେ ।

Leave A Reply

Your email address will not be published.