Latest Odisha News

BREAKING NEWS

ମଧ୍ୟପ୍ରଦେଶ ସିଦ୍ଧିରେ ବଡ଼ ଦୁର୍ଘଟଣା: କେନାଲରେ ଖସିପଡ଼ିଲା ଯାତ୍ରୀବାହୀ ବସ‌

ଭୋପାଳ: ଆଜି ସକାଳେ ମଧ୍ୟପ୍ରଦେଶରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୫୪ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ସିଦ୍ଧିର ଏକ କେନାଲରେ ଖସିପଡିଥିଲା। ବର୍ତ୍ତମାନ ସୁଦ୍ଧା କେନାଲରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ରେୱା-ସିଦ୍ଧ ସୀମାନ୍ତରେ ଥିବା ଚୁହିଆଗାଟୀରେ ଏହି ଦୁର୍ଘଟଣା ଘଟିଛି।

ଏହା ହେଉଛି ବନସାଗର ପ୍ରକଳ୍ପର କେନାଲ, ଯେଉଁଥିରେ ବସ୍ ଖସି ପଡିଛି। କେନାଲରୁ ବାହାର କରାଯାଇଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ବାକି ଯାତ୍ରୀମାନଙ୍କ ସନ୍ଧାନ ଚାଲିଛି। ଘଟଣାସ୍ଥଳରେ ଏକ ଟିମ୍ ଉପସ୍ଥିତ ଅଛନ୍ତି, ଅପରେସନ୍ ଚାଲିଛି। ସୂଚନା ଅନୁଯାୟୀ ଯେ ଡ୍ରାଇଭର ବସ୍ ନିୟନ୍ତ୍ରଣ ହରାଇବା ପରେ ଏହି ଦୁର୍ଘଟଣା ଘଟିଛି।

ରିପୋର୍ଟ ଅନୁଯାୟୀ, କେନାଲ ଏତେ ଗଭୀର ଯେ ବସ୍ ଏଥିରେ ସମ୍ପୂର୍ଣ୍ଣ ଜଳରେ ବୁଡିଯାଇଛି। ବସ୍ କୁ କ୍ରେନ ସାହାଯ୍ୟରେ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ବନସାଗର ଡ୍ୟାମରୁ ବାହାରୁଥିବା ଜଳ ବନ୍ଦ ହୋଇଯାଇଛି। ପ୍ରକାଶ ଯେ, ବାଗୱାର, ଚୋରଗଡୀ ଏବଂ ନିକଟସ୍ଥ ଅନ୍ୟ ଯାତ୍ରୀମାନେ ମଧ୍ୟ ଏହି ବସ୍‌ରେ ଥିଲେ।

Leave A Reply

Your email address will not be published.