Latest Odisha News

BREAKING NEWS

ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଛାତ୍ରୀଙ୍କୁ ଅପହରଣ, ମଦ୍ରାସା ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ

ବାଂଲାଦେଶ: ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ମଦ୍ରାସାର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କ ନାମ ମହମ୍ମଦ ଆରିଫୁଲ ଇସଲାମ ବୋଲି ଜଣାପଡ଼ିଛି। ସେ ଦୀର୍ଘ ଦିନ ହେବ ସଂପୃକ୍ତ ଛାତ୍ରୀଙ୍କୁ ହଇରାଣ ହରକତ କରିବା ସହ ଅଶୋଭନୀୟ ବ୍ୟବହାର କରି ଆସୁଥିଲେ।

ଛାତ୍ରୀଜଣକ ଆରିଫୁଲଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ, ଆରିଫୁଲ ଛାତ୍ରୀଙ୍କୁ ଅପହରଣ କରିନେବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ଛାତ୍ରୀଜଣକ ନିଜ ପରିବାରକୁ ଜଣାଇବା ପରେ, ପରିବାର ଲୋକେ ଆରିଫୁଲଙ୍କୁ ଏପରି ବ୍ୟବହାରରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ। ମାତ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ସେ ପରିବାରକୁ ଧମକଚମକ ଦେବା ଜାରି ରଖିଥିଲେ।

ଗତ ଅକ୍ଟୋବର ୧୦ ତାରିଖ ସକାଳେ, ଛାତ୍ରୀଜଣକ ମଦ୍ରାସା ପହଞ୍ଚିବା ପରେ ଆରିଫୁଲ ନିଜର ୪ ଜଣ ସହଯୋଗୀଙ୍କ ସହାୟତାରେ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ। ସହଯୋଗୀ ଅଭିଯୁକ୍ତମାନେ ହେଲେ ଶରୀଫ ମିଆ, ସେଲିମ ମିଆ, ରହିମା ଖାତୁନ ଓ ଦେଲୱାର ହୋସେନ।

ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିବା ପରେ, ପୋଲିସ ନାରୀ ଓ ଶିଶୁ ନିର୍ଯାତନା ନିରୋଧ ଆଇନ ଅଧୀନରେ ମାମଲା ରୁଜୁ କରିଥିଲା। ପୋଲିସ ତୁରନ୍ତ ପଦକ୍ଷେପ ନେଇ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ତେବେ ଘଟଣା ପରଠାରୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ତାଙ୍କ ସହଯୋଗୀମାନେ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ଶିକ୍ଷା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ପ୍ରଧାନ ଶିକ୍ଷକ ଆରିଫୁଲ ଇସଲାମ ଏବଂ ତାଙ୍କ ସହଯୋଗୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।

Leave A Reply

Your email address will not be published.