Latest Odisha News

BREAKING NEWS

ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଜକାର୍ତ୍ତା: ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏର ତୀବ୍ରତା ୬.୧ ଥିବା ବେଳେ ଆଉ ଗୋଟିଏ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୮ ରହିଛି। ରବିବାର ସକାଳେ ଇଣ୍ଡୋନେସିଆପ କିପୁଲୌନ୍ ବାତୁରେ ଦୁଇଟି ଭୂମିକମ୍ପ ହୋଇଛି। ଇରୋୟପୀୟ ଭୂମଧ୍ୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପ୍ରଥମେ ୬.୧ ତୂବ୍ରତାର ଏକ ବଡ଼ ଝଟ୍‌କା ଲାଗିଥିଲା। ଯାହାର ଗଭୀରତା ୪୩ କିମି ରହିଥିଲା। ସେହିପରି ଏହାର କିଛି ଘଣ୍ଟା ପରେ ୫.୮ ତୀବ୍ରତାର ଝଟ୍‌କା ଲାଗିଥିଲା। ଏହି ଭୂମିକମ୍ପର ବେଳେ ଗଭୀରତା ୪୩ କିମି ରହିଥିଲା ବୋଲି ଭୁମିକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ନିକଟରେ ଇଣ୍ଡୋନେସିଆର ଏକାଧିକ ଭୂମିକମ୍ପ ଆସିଲା ସାରିଲାଣି। ହେଲେ କୌଣସି କ୍ଷୟକ୍ଷିତ ହୋଇନଥିବା ସୂଚନା ମିଳିଛି। ଏଫ୍ରିଲ ୨୧ ତାରିଖରେ ମୋଲ୍ଲୁକ ସାଗରରେ ମଧ୍ୟ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିଲା। ସତ୍ୟ ଦୁଇଟି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରି ନାହିଁ।

ସୂଚନା ଥାଉକି ଗତବର୍ଷ ଇଣ୍ଡୋନେସିଆର ଜାଭା ଦ୍ୱୀପରେ  ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା। ଜାଭା ଦ୍ୱୀପର ଜନବହୁଳ ଅଞ୍ଚଳ ସିଆଞ୍ଜୁରରେ ଏହି ଭୂମିକମ୍ପ ହୋଇଥିଲେ।

Comments are closed.