ପ୍ରୟାଗରାଜ: ଏଥର ମହାକୁମ୍ଭ ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ମହାକୁମ୍ଭକୁ ଭାରତ ତଥା ବିଦେଶରୁ ଆସୁଥିବା ଭକ୍ତମାନେ ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ଅମ୍ଳଜାନ ଜଙ୍ଗଲକୁ ଉପଭୋଗ କରିବାକୁ ଯାଉଛନ୍ତି । ମହାକୁମ୍ଭନଗରକୁ ଦେଢ ଲକ୍ଷ ବୃକ୍ଷ ସହିତ ସୌନ୍ଦର୍ଯ୍ୟକରଣ କରାଯାଉଛି ଯେ ଭାରତ ତଥା ବିଦେଶରୁ ଏଠାକୁ ଆସୁଥିବା ଭକ୍ତମାନେ କେବଳ ପର୍ଯ୍ୟାପ୍ତ ଅମ୍ଳଜାନ ତ ମିଳିବ ଏହା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବେ ଯାହା ଚଳିତ ବର୍ଷର ମହାକୁମ୍ଭକୁ ମଧ୍ୟ ସ୍ମରଣୀୟ କରିବ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ମହାକୁମ୍ବନଗରର ପ୍ରମୁଖ ସ୍ଥଳରେ ତଥା ପ୍ରମୁଖ ରାଜପଥକୁ ପ୍ରାକୃତିକ ଭାବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ଡିଏଫଓ ପ୍ରୟାଗରାଜ ଅରବିନ୍ଦ କୁମାର ଯାଦବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟ ଅନୁଯାୟୀ ଚଳିତ ଥରର ମହାକୁମ୍ଭକୁ ଦିବ୍ୟ, ନବ୍ୟ ଏବଂ ଭବ୍ୟ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଅଧୀନରେ ସମୁଦାୟ ୧ ଲକ୍ଷ ୪୯ ହଜାର ୬୨୦ ଚାରା ରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ଏପର୍ଯ୍ୟନ୍ତ ୧ ଲକ୍ଷ ୩୭ ହଜାର ୯୬୪ ଚାରା ରୋପଣ କରାଯାଇଛି ।
ଡିସେମ୍ବର ୧୦ ସୁଦ୍ଧା ମହାକୁମ୍ଭରେ ୧୦୦ ପ୍ରତିଶତ ବୃକ୍ଷରୋପଣ କାର୍ଯ୍ୟ ଶେଷ ହେବ । ସବୁଠାରୁ ବିଶେଷ କଥା ହେଉଛି ଯେ ମହାକୁମ୍ଭରେ ପ୍ରବେଶ କରିବା ମାତ୍ରେ ଶ୍ରଦ୍ଧାଳୁମାନଙ୍କୁ ୫୦ ହଜାର ସୁନ୍ଦର ଗଛ ସ୍ୱାଗତ କରିବେ, ଯେଉଁ ସୌନ୍ଦର୍ଯ୍ୟ ଦେଖି ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ବହୁତ ଉତ୍ସାହିତ ହେବେ । ବନ ବିଭାଗ ଟିମ୍ ହରିତ୍ ମହାକୁମ୍ଭ ପାଇଁ ପ୍ରସ୍ତୁତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ସମଗ୍ର ମହାକୁମ୍ଭନଗରର ପ୍ରତ୍ୟେକ ରାସ୍ତାରେ ଏବଂ ପ୍ରତ୍ୟେକ ଛକରେ ସୁନ୍ଦର ଚାରା ରୋପଣ କାର୍ଯ୍ୟ ଚାଲିଛି ।
Comments are closed.