ପ୍ରୟାଗରାଜ: ପ୍ରୟାଗରାଜର ମହାକୁମ୍ଭ ମେଳା ଯୋଗୁ ଖାଲି ହୋଇଯାଇଛି ବ୍ୟାଙ୍କ ଆକାଉଣ୍ଟ। ମହାକୁମ୍ଭକୁ ଯିବା ପାଇଁ କୋଟି କୋଟି ଲୋକ ନିଜ ବ୍ୟାଙ୍କ ଆକାଉଣ୍ଟ ରୁ ବହୁ ପରିମାଣରେ ଟଙ୍କା ଉଠାଇଥିଲେ ଯାହାଫଳରେ ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ପାଖରେ ଋଣ ଦେବା ପାଇଁ ମଧ୍ଯ ଟଙ୍କା ନାହିଁ। ଏହି ଅବସ୍ଥାକୁ ସୁଧାରିବା ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପୁଞ୍ଜି ବୃଦ୍ଧି କରିବାକୁ ଆରବିଆଇକୁ ପଦକ୍ଷେପ ନେବାକୁ ପଡିବ ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ବ୍ୟାଙ୍କଗୁଡ଼ିକରେ ପୁଞ୍ଜି ପ୍ରବେଶ କରିବା ପାଇଁ ହେଲେ ଆରବିଆଇକୁ ନଗଦ ସଂରକ୍ଷଣ ଅନୁପାତରେ ହ୍ରାସ କରିବାକୁ ପଡିବ। ୨୦୨୫-୨୬ ଆର୍ଥିକ ବର୍ଷ ରେ ସରକାରୀ ସିକ୍ୟୁରିଟିଜର ମାଲିକାନା ପରିବର୍ତ୍ତନ ନହେଲେ ଖୋଲା ବଜାର କାର୍ଯ୍ୟ ଗୁଡିକରେ ବ୍ୟବଧାନ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କା ହୋଇପାରେ।
ମହାକୁମ୍ଭ ସମୟ ମଧ୍ୟରେ ଜମା ହୋଇଥିବା ଟଙ୍କା ତୁଳନାରେ ବ୍ୟାଙ୍କରୁ ଉଠାଯାଇଥିବା ଟଙ୍କା ଅଧିକ ଥିଲା। ତେଣୁ ବ୍ୟାଙ୍କଗୁଡ଼ିକରେ ନିରନ୍ତର ନଗଦ ଅଭାବ ଦେଖାଯାଉଛି। ଯାହାଫଳରେ ଉଠାଯାଇଥିବା ଟଙ୍କାର ଏକ ବଡ଼ ଅଂଶ ଏପର୍ଯ୍ୟନ୍ତ ବ୍ୟାଙ୍କ କୁ ଫେରି ପାରିନାହିଁ।
ତେବେ ଏହି ପରିସ୍ଥିତି କୁ ସାମ୍ନା କରିବା ପାଇଁ ଫେବୃଆରୀ ମାସରେ ହୋଇଥିବା ଏମପିସି ବୈଠକରେ ଆରବିଆଇ ସିଆରଆରକୁ ୦.୫୦ ପ୍ରତିଶତ ହ୍ରାସ କରିଥିଲା ଯାହା ଫଳରେ ବ୍ୟାଙ୍କିଙ୍ଗ ସିଷ୍ଟମକୁ ୧.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିପାରିଥିଲା। ଏହାପରେ ମଧ୍ୟ ସିଆରଆରକୁ ଆହୁରି ହ୍ରାସ କରିବାକୁ ପଡିବ ଯାହାଫଳରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବଫରରେ ରଖାଯାଇଥିବା ଟଙ୍କାକୁ ବ୍ୟବହାର କରିପାରିବେ।
Comments are closed.