Latest Odisha News

BREAKING NEWS

ଆଜି ମଣ୍ଡପରେ ଶକ୍ତିମୟୀଙ୍କ ମହାନବମୀ

ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ସୂର୍ୟ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା’ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ । କିନ୍ତୁ ଭକ୍ତ ନଥିବାରୁ ଭକ୍ତିଭାବ ନାହିଁ । ବିନା ଭକ୍ତରେ ପରଦା ଆଢୁଆଳରେ ଜଗତଜନନୀଙ୍କ ପୂଜା କରାଯାଉଛି ।

କରୋନା କଟକଣା ଯୋଗୁ ଚର୍ମଚକ୍ଷୁରେ ମା’ଙ୍କ ଭବ୍ୟ ଦର୍ଶନରୁ ଏବର୍ଷ ବଞ୍ଚିତ ହୋଇଛନ୍ତି ସାଧାରଣ ଭକ୍ତ । କେବେ ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଉଛି । ମଣ୍ଡପର ତିନି ପଟ ଆବଦ୍ଧ ହୋଇଥିବା ବେଳେ ସାମନା ପଟରୁ ପରଦାରେ ଢାଙ୍କି ଦିଆଯାଇଛି ।

Leave A Reply

Your email address will not be published.