Latest Odisha News

BREAKING NEWS

ମନିଷ ମୃତ୍ୟୁ ମାମଲା: ଆତ୍ମସମର୍ପଣକାରୀ ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍ଗ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଫୁଲବାଣୀରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଜିଲ୍ଲାର ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଗତକାଲି ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଥିଲେ ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ର । ସେମାନଙ୍କୁ ଆଣିବା ପାଇଁ କମିଶନରେଟ ପୋଲିସର ୫ ଜଣିଆ ଟିମ୍ ଯାଇଥିଲା ଫୁଲବାଣୀ ।

ବର୍ତ୍ତମାନ ସୁଦ୍ଧା ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ପୋଲିସ ୪ ଜଣଙ୍କୁ ପଚରାଉଚରା କରୁଛି । ପୂର୍ବରୁ ଭୁବନେଶ୍ୱରରେ ୨ ଜଣ ଯୁବକଙ୍କୁ ପଚରାଉଚରା ଚଳାଇଛି କମିଶନରେଟ ପୋଲିସ । କୁହାଯାଉଛି, ମୃତ୍ୟୁ ପୂର୍ବରୁ ଏମାନେ ମନିଷଙ୍କ ସହ ଥିଲେ । ପାତ୍ରପଡ଼ାର ସାଉଥ୍ ସିଟି ବାରରେ ଏମାନେ ଥିବା ସୂଚନା ମିଳିଛି ।

ସେହିପରି ମୃତ୍ୟୁ ପୂର୍ବରୁ ୧୦ ତାରିଖ ରାତିରେ ମନିଷଙ୍କ ସିସିଟିଭି ଫୁଟେଜ୍ ଆଧାରରେ ବି ଖୋଳତାଡ ଜାରି ରହିଛି । ଭିଡିଓରେ ମନିଷ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ସହ ମନିଷଙ୍କର କଣ ରହିଥିଲା ସମ୍ପର୍କ ?

ସେଦିନ ବାରରେ ବିଳମ୍ବିତ ରାତି ଯାଏ କଣ ଚାଲିଥିଲା ? ବାରେ ବାହାରେ ହୋଇଥିଲା କଣ ? ମନିଷଙ୍କର ମୃତ୍ୟୁ ହେଲା କେମିତି ? ୪ ଜଣଙ୍କୁ ପଚରାଉଚରା ପରେ ପୋଲିସ ଦିନେ ଦୁଇ ଦିନ ଭିତରେ ମନିଷଙ୍କ ମୃତ୍ୟୁ ରହସ୍ୟ ଭେଦିବା ଆଶା କରାଯାଉଛି ।

Leave A Reply

Your email address will not be published.