Latest Odisha News

BREAKING NEWS

ମହା ଶିବରାତ୍ରୀ ୨୦୨୪: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରୁ ୧୦ଟା ୩୦ ଭିତରେ ଉଠିବ ମହାଦୀପ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୮ ତାରିଖରେ ପାଳନ ହେବ ଚଳିତବର୍ଷର ମହାଶିବରାତ୍ରୀ ବା ଜାଗର । ଏନେଇ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ଆରମ୍ଭ ହୋଇଗଲାଣି ଜାଗର ପ୍ରସ୍ତୁତି । ସେପଟେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁପରିଚାଳନା ପାଇଁ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ସବୁଥର ପରି ଚଳିତବର୍ଷ ମଧ୍ୟ ସମସ୍ତ ରୀତିନୀତି ସହ ରାତି ୧୦ଟାରୁ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ହୋଇଛି ।

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମନ୍ଦିର ପ୍ରଶାସନ ସହ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା , ପାଲିଙ୍କିଆ ନିଯୋଗ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଜାଗର ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯିବା ସହ ମନ୍ଦିର ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା ହୋଇଛି ।

ସେହିପରି ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା ସହ ସିଂହଦ୍ୱାର ଠାରୁ ଅରୁଣ ସ୍ତମ୍ଭ ଯାଏଁ ବ୍ୟାରିକେଡ୍‌ ବାନ୍ଧିବାକୁ କୁହାଯାଇଛି । ମନ୍ଦିର ଗର୍ଭଗୃହକୁ ପରିଷ୍କାର କରିବା ସହ ମନ୍ଦିରରେ ଲାଗିଥିବା ପିତ୍ତଳ କବାଟଗୁଡ଼ିକ ଏଏସ୍ଆଇ ସଫା କରିବ । ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଜାଗର ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ସଂଖ୍ୟା ମଧ୍ୟ ବଢ଼ାଯାଇଛି ।

Leave A Reply

Your email address will not be published.