Latest Odisha News

BREAKING NEWS

ବାବା ଆଖଣ୍ଡଳମଣି ପୀଠରେ ଜାଗର, ୪ଟି ପଞ୍ଚାୟତ ଲୋକଙ୍କୁ ଦର୍ଶନ ଅନୁମତି

ଭଦ୍ରକ: ମହାଶିବରାତ୍ରି ଉତ୍ସବ ମୁଖରିତ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ । କୋଭିଡ୍ କଟକଣାରେ ଆରଡ଼ିରେ ପାଳିତ ହେଉଛି ଜାଗର ଯାତ୍ରା । ଏଥର କେବଳ ୪ଟି ପଞ୍ଚାୟତର ଲୋକଙ୍କୁ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି ।

ଆଜି ଭୋର ୪ଟାରେ ପହୁଡ ଖୋଲା ହେବା ପରେ ମଙ୍ଗଳ ଆଳତି ଓ କନିକା ରାଜାଙ୍କ ପହିଲି ଘର୍ଷଣ ଭୋଗ ଲାଗି ହୋଇଛି । ପରେ ପାଳିଆ ସେବକଙ୍କ ଖେଚୁଡି ଭୋଗ ଲାଗି କରାଯାଇଛି । ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ରାତି ସାଢ଼େ ୧୧ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ ।

ରାତ୍ର ୧ଟା ୩୦ମିନିଟରୁ ୪ଟି ପଞ୍ଚାୟତର ଲୋକ ବାବା ଆଖଣ୍ଡଳମଣିଙ୍କର ଅପୂର୍ବ ସୁନାବେଶ ଦର୍ଶନ କରିପାରିବେ । ଭୋର ୫ଟାରେ ମହାଦୀପ ମନ୍ଦିର ଚୁଡାରେ ସ୍ଥାପନ କରାଯିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି ।

Comments are closed, but trackbacks and pingbacks are open.