ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ ଦେଖିଛୁ ବୋଲି ଗ୍ରାମବାସୀମାନେ ଦୃଢ଼ତା ସହକାରେ କହୁଛନ୍ତି ।
ପୌରାଣିକ ମାନ୍ୟତା ଅନୁସାରେ ପିତା ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେ ମସ୍ତବଡ ଭୁଲ କରି ଦେଇଥିଲେ । ଯାହାକୁ ନେଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅଭିଶାପ ଦେଇଥିଲେ ଯୁଗ ଯୁଗ ଧରି ପୃଥିବୀରେ ଘୁରି ବୁଲିବୁ । ଶରୀର କ୍ଷୀଣ ହେଉଥିବ କିନ୍ତୁ ମୃତ୍ୟୁ ହେବନି । ସବୁଠାରୁ ବଡ କଥା ଯିଏ ଅଶ୍ୱଥାମାକୁ ଦେଖୁଛି ସିଏ ମୃତ୍ୟୁ ମୁଖରୁ ପଡୁଛି ଅନ୍ୟଥା ତାର ମତିଭ୍ରମ ହେଇ ଯାଉଛି ବୋଲି ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ ରହିଛି । ନିକଟରେ ଥିବା ଗୌରୀ ଘାଟରେ ଘା ଶୁଖାଇବା ପାଇଁ ହଳଦୀ ଓ ତେଲ ଅଶ୍ୱଥାମା ଲୋକଙ୍କୁ ମାଗିଥାନ୍ତି । ତେବେ ଏ ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ ।
ଅଶ୍ୱଥାମା ସର୍ବଦା ଶିବଙ୍କୁ ପୂଜିଥାନ୍ତି । ମହାଭାରତ ଯୁଦ୍ଧ ସମାପ୍ତ ହେବା ପରେ ଅଭିମନ୍ୟୁଙ୍କ ପତ୍ନୀ ଉତରାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଙ୍କ ପ୍ରତି ଅଶ୍ୱଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ । ଏଥିରେ ଶ୍ରୀକୃଷ୍ଣ ଉତ୍ୟକ୍ତ ହୋଇ ଚିନ୍ତାମଣି ରତ୍ନ ଛଡେଇ ନେବା ସହ ଉପରୋକ୍ତ ଅଭିଶାପ ଦେଇଥିଲେ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.