ଭୋପାଳ: ଅଶ୍ୱଥାମା ଅମର । ବଂଚିଥିବା ସତ୍ୱେ ସେ ଭୋଗୁଛନ୍ତି ଅକଥନୀୟ ଯନ୍ତ୍ରଣା । ଘୁରି ବୁଲୁଛନ୍ତି ଏ ସ୍ଥାନରୁ ସେ ସ୍ଥାନକୁ । ପୌରାଣିକର ଏହି ବିଷୟବସ୍ତୁ ମଧ୍ୟପ୍ରଦେଶରେ ଏକ ନୂତନ ରୂପ ଦେଉଛି । ଏଠାକାର ବୁରହାନପୁର ସହରରୁ ୨୦ କିଲୋମିଟର ଅସିରଗଡରେ ଥିବା ଏକ ଦୁର୍ଗରେ ଅଶ୍ୱଥାମାଙ୍କୁ ଦେଖିଛୁ ବୋଲି ଗ୍ରାମବାସୀମାନେ ଦୃଢ଼ତା ସହକାରେ କହୁଛନ୍ତି ।
ପୌରାଣିକ ମାନ୍ୟତା ଅନୁସାରେ ପିତା ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେ ମସ୍ତବଡ ଭୁଲ କରି ଦେଇଥିଲେ । ଯାହାକୁ ନେଇ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଅଭିଶାପ ଦେଇଥିଲେ ଯୁଗ ଯୁଗ ଧରି ପୃଥିବୀରେ ଘୁରି ବୁଲିବୁ । ଶରୀର କ୍ଷୀଣ ହେଉଥିବ କିନ୍ତୁ ମୃତ୍ୟୁ ହେବନି । ସବୁଠାରୁ ବଡ କଥା ଯିଏ ଅଶ୍ୱଥାମାକୁ ଦେଖୁଛି ସିଏ ମୃତ୍ୟୁ ମୁଖରୁ ପଡୁଛି ଅନ୍ୟଥା ତାର ମତିଭ୍ରମ ହେଇ ଯାଉଛି ବୋଲି ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ ରହିଛି । ନିକଟରେ ଥିବା ଗୌରୀ ଘାଟରେ ଘା ଶୁଖାଇବା ପାଇଁ ହଳଦୀ ଓ ତେଲ ଅଶ୍ୱଥାମା ଲୋକଙ୍କୁ ମାଗିଥାନ୍ତି । ତେବେ ଏ ନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ ।
ଅଶ୍ୱଥାମା ସର୍ବଦା ଶିବଙ୍କୁ ପୂଜିଥାନ୍ତି । ମହାଭାରତ ଯୁଦ୍ଧ ସମାପ୍ତ ହେବା ପରେ ଅଭିମନ୍ୟୁଙ୍କ ପତ୍ନୀ ଉତରାଙ୍କ ଗର୍ଭରେ ବଢ଼ୁଥିବା ଶିଶୁଙ୍କ ପ୍ରତି ଅଶ୍ୱଥାମା ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ । ଏଥିରେ ଶ୍ରୀକୃଷ୍ଣ ଉତ୍ୟକ୍ତ ହୋଇ ଚିନ୍ତାମଣି ରତ୍ନ ଛଡେଇ ନେବା ସହ ଉପରୋକ୍ତ ଅଭିଶାପ ଦେଇଥିଲେ ।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.