Latest Odisha News

BREAKING NEWS

ମହାଭାରତରେ ବର୍ଣ୍ଣିତ ସ୍ଥାନସବୁ ବର୍ତ୍ତମାନ କେଉଁଠି ଅବସ୍ଥିତ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମର ଏକ ମୁଖ୍ୟ ଗ୍ରନ୍ଥ ହେଉଛି ମହାଭାରତ । ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ଭାରତରେ ଥିବା କିଛି ସହର ମହାଭାରତ ସମୟରେ ମଧ୍ୟ ଥିଲା। ଏହି ସହରର ନାଁ ମଧ୍ୟ ଅଲଗା ଥିଲା। ଆଜି ଆମେ ଆପଣଙ୍କୁ ଜଣାଇବୁ ମହାଭାରତ ସମୟରେ ଥିବା ଏହି ସହର ଗୁଡିକର ବର୍ତ୍ତମାନର ସ୍ଥିତି ସମ୍ପର୍କରେ…

ମଥୁରା- ବୃନ୍ଦାବନ ଓ ଦ୍ବାରିକା: 

ଏହି ନଗରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଜୀବନ କଟିଥିଲା। ଗୋପିମାନଙ୍କ ସହ ଶ୍ରୀକୃଷ୍ଣ ଏହି ନଗରୀରେ ରାସ କରୁଥିଲେ। ଶ୍ରୀକୃଷ୍ଣଙ୍କ ପିଲାବେଳଠାରୁ ଆରମ୍ଭକରି ବଡ ହେଲା ପର୍ଯ୍ୟନ୍ତ ଏହି ନଗରୀରେ କଟିଥିଲା।

ମେରଠ୍‌:

ମହାଭାରତ ସମୟରେ ହସ୍ତିନାପୁର କୁହାଯାଉଥିବା ସ୍ଥାନକୁ ବର୍ତ୍ତମାନ ସମୟର ମେରଠ୍‌ ନାମରେ ଲୋକମାନେ ଜାଣୁଛନ୍ତି। ପୂର୍ବ ସମୟରେ ଏହି ସହରକୁ ହସ୍ତିନାପୁର ନାମରେ ପରିଚିତ ଥିଲା।

ହିମାଚଳ ପ୍ରଦେଶ:

ମହାଭାରତରେ ଦ୍ରୌପଦୀଙ୍କ ଜନ୍ମ ଯେଉଁ ନଦୀ ତଟରେ ହୋଇଥିଲା ସେହି ନଦୀ ବର୍ତ୍ତମାନ ସମୟରେ ହିମାଚଳ ପ୍ରଦେଶର ଅବସ୍ଥିତ। ଏହି ନଦୀର ନାଁ ହେଉଛି ଚମ୍ବଲ ନଦୀ।

ଦିଲ୍ଲୀ:

ଭାରତର ରାଜଧାନୀ ଦିଲ୍ଲୀ। ମହାଭାରତ ସମୟରେ ହସ୍ତିନାପୁରର ରାଜଧାନୀ ମଧ୍ୟ ଦିଲ୍ଲୀ ଥିଲା। ମହାଭାରତ ସମୟରେ ଦିଲ୍ଲୀର ନାଁ ଇନ୍ଦ୍ରପ୍ରସ୍ଥ ଥିଲା।

ରାଓ୍ବାଲପିଣ୍ଡି:

ମହାଭାରତରେ କୌରବଙ୍କ ମାଆ ଗାନ୍ଧାରୀଙ୍କ ଥିଲେ ଗାନ୍ଧାରର ରାଜକୁମାରୀ। ପାକିସ୍ତାନରେ ଥିବା ରାଓ୍ବାଲପିଣ୍ଡିକୁ ମହାଭାରତ ସମୟରେ ଗାନ୍ଧାର ଅଞ୍ଚଳ ବୋଲି କୁହଯାଉଥିଲା।

Leave A Reply

Your email address will not be published.