Latest Odisha News

BREAKING NEWS

ଦେବ ଦୀପାବଳିର ଦ୍ଵିତୀୟ ଦିନ: ଆଜି ଦଶରଥ ଓ ବାସୁଦେବଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ: ସୋମବାର ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଆଲୋକର ଉତ୍ସବ। ତିନିଦିନ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଉତ୍ସବକୁ ଦେବଦୀପାବଳି ବୋଲି କୁହାଯାଏ । ଆଜି ଏହି ଦେବ ଦୀପାବଳିର ଦ୍ଵିତୀୟ ଦିନ ।

ପରମ୍ପରା ଅନୁସାରେ ଏହିଦିନ ତିନି ଦିଅଁଙ୍କର ଶ୍ରାଦ୍ଧ ବେଶ ହୋଇଥାଏ । ତିନିଠାକୁର ନିଜର ପିତୃପୁରୁଷଙ୍କୁ ଏହି ଅବସରରେ ଶ୍ରାଦ୍ଧ ତର୍ପଣ କରିଥାନ୍ତି ।

ଆଜି ଦ୍ଵିତୀୟ ଦିନରେ ପୁରୁଷୋତ୍ତମ ରାମଙ୍କ ବେଶରେ ଶ୍ରୀ ଜଗନ୍ନାଥ ତାଙ୍କ ପିତା ରାଜା ଦଶରଥଙ୍କୁ ଓ କୃଷ୍ଣଙ୍କ ବେଶରେ ବାସୁଦେବ ଓ ଦେବକିଙ୍କୁ ଶ୍ରାଦ୍ଧ ତର୍ପଣ କରିବେ ।

ସେହିପରି ଆସନ୍ତାକାଲି ତୃତୀୟଦିନରେ ନନ୍ଦ ଯଶୋଦାଙ୍କୁ ଶ୍ରାଦ୍ଧ ତର୍ପଣ କରାଯାଏ ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରତିଷ୍ଠା କରି ତିନିଠାକୁରଙ୍କୁ ସ୍ଥାପନା କରିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେବଦୀପାବଲିର ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥ ପିଣ୍ଡ ଦାନ କରିଛନ୍ତି । ଶ୍ରୀ ମନ୍ଦିରର ମାଲିକାନା ଉପରେ କେହି ଦାବି ନକରିବା ପାଇଁ ତାଙ୍କ ବଂଶ ଲୋପ କାରିଦେବାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ବର ମାଗିଥିଲେ । ସେଥିପାଇଁ ଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧ ତର୍ପଣ କରନ୍ତି ।

ଶ୍ରାଦ୍ଧ ବେଶରେ ମହାପ୍ରଭୁ ହଳଦିଆ ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି ସେହିଭଳି କଳା ପାଢି ଦିଆ ଧଳା ବସ୍ତ୍ର ପ୍ରଭୁ ବଳଦେବ ପରିଧାନ କରୁଥିବା ବେଳେ ମା ସୁଭଦ୍ରା ନାଲି ପାଢ଼ି ଦିଆ ଧଳା ବସ୍ତ୍ର ପରିଧାନ କରନ୍ତି। ତେବେ ଏହି ଅବସରରେ ମନ୍ଦିର ଉପରକୁ ମହାଦୀପ ଉଠାଯାଏ । ଦୀପର ଆଲୋକ ସାଙ୍ଗକୁ ଆତସବାଜିର ପଦର୍ଶନ ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଜମିଛି।

ଏହି ଦେବ ଦୀପାବଳିରେ ହେବାକୁ ଥିବା ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.