Latest Odisha News

BREAKING NEWS

ମହାବୀର ବସ୍ତିରେ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପ୍ରେମିକକୁ ବାନ୍ଧିଲା ଭରତପୁର ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମହାବୀର ବସ୍ତି ମହିଳାଙ୍କ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପ୍ରେମିକ ଗିରଫ । କୋଲକାତାର ଶେଖ ଫରିଦକୁ ଗିରଫ କରିଛି ପୋଲିସ । ଓଡ଼ିଶା ଆସିବା ପରେ ସେ ନିଜ ନାମ ପରିବର୍ତ୍ତନ କରି କାର୍ତ୍ତିକ ଜେନା ରଖିଥିଲା । ଗତକାଲି କାର୍ତ୍ତିକ ଓରଫ ଶେଖ ଫରିଦ ନୟାଗଡ଼ରୁ କନ୍ଧମାଳ ଖସି ପଳାଉଥିବା ବେଳେ, ତାକୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

ଅଭିଯୁକ୍ତ କାର୍ତ୍ତିକ ଜଣେ ରାଜମିସ୍ତ୍ରୀ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ସେ ୨୨ ବର୍ଷ ତଳେ ଓଡ଼ିଶା ଆସିଥିଲା । ପ୍ରଥମେ କଟକରେ ଜଣେ ମହିଳାଙ୍କୁ ବିବାହ କରିଥିଲା କାର୍ତ୍ତିକ । ପରେ ଭୁବନେଶ୍ବର ଆସି ସଂଧ୍ୟାରାଣୀ ସେଠୀଙ୍କ ସମ୍ପର୍କରେ ଆସିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ଘଟଣା କାର୍ତ୍ତିକଙ୍କ ପତ୍ନୀ ଜାଣିବା ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ସେପଟେ କାର୍ତ୍ତିକ କଟକରେ ଥିବା ପତ୍ନୀଙ୍କ ପାଖକୁ ନିୟମିତ ଯାଉଥିବାରୁ ପ୍ରେମିକା ସଂଧ୍ୟାରାଣୀ ସହ ଝଗଡା ଲାଗି ରହୁଥିଲା । ଫଳରେ ପ୍ରେମିକା ସଂଧ୍ୟାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଅଭିଯୁକ୍ତ କାର୍ତ୍ତିକ । ଏଥିପାଇଁ ବରମୁଣ୍ଡା ମହାବୀର ବସ୍ତିରେ ସ୍ବାମୀ ସ୍ତ୍ରୀ ପରିଚୟ ନେଇ ଭଡା ଘର ନେଇଥିଲା । ଗତ ୩ ତାରିଖରେ ରାତିରେ ସଂଧ୍ୟା ଶୋଇଥିବା ବେଳେ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିବା ପରେ କବାଟ ବନ୍ଦ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ କାର୍ତ୍ତିକ । ୭ ତାରିଖରେ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଆଜି ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରିଛି ଭରତପୁର ପୋଲିସ ।

Leave A Reply

Your email address will not be published.