Latest Odisha News

BREAKING NEWS

[ଭିଡିଓ]ଗାଁ ଲୋକଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ , ଟ୍ୱିଟକରି ପ୍ରଶଂସା କଲେ ମୋଦି

ଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ବୁଧବାର ଦିନ ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ନାଚିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଅରୁଣାଚଳ ପ୍ରଦେଶର କଜଲାଂଗ ଗାଁରେ ପହଂଚିଥିଲେ । ସେଠିକାର ସ୍ଥାନୀୟ ସେଜଲାଂଗ ଲୋକମାନେ ରିଜ୍ଜୁଙ୍କୁ ପାରମ୍ପାରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସ୍ୱାଗତ କରିଥିଲେ ।

ଏହି ସ୍ୱାଗତ ବେଳେ ରିଜ୍ଜୁ ନିଜକୁ ସମ୍ଭାଳି ପାରିନଥିଲେ । ସେ ଗାଁ ଲୋକଙ୍କ ସହ ହାତକୁ ହାତ ମିଶାଇ ନାଚିବା ଆରମ୍ଭ କରିଦେଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ରିଜିଜୁଙ୍କ ନାଚକୁ ପସନ୍ଦ କରିଛନ୍ତି। ଏଥିସହ ରିଜିଜୁ ଜଣେ ଭଲ ଡ୍ୟାନ୍ସର ବୋଲି ମୋଦି କହିଛନ୍ତି।

ରିଜିଜୁ ନିଜେ ଟ୍ୱିଟ କରି ଭିଡିଓକୁ ଶେୟାର କରିଛନ୍ତି । ସେ ଲେଖିଛନ୍ତି ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ମୁଁ ସୁନ୍ଦର କାଜାଲାଙ୍ଗ ଗାଁକୁ ଯାଇଥିଲି। ସେଠାରେ ସାଜୋଲାଙ୍ଗ ଲୋକମାନେ ତାଙ୍କୁ ଖୁସିରେ ସ୍ୱାଗତ କରିଥିଲେ। ସେମାନେ ପାରମ୍ପରିକ ରୀତିନୀତିରେ ନାଚ ଓ ଗୀତ ମଧ୍ୟ ପରିବେଷଣ କରିଥିଲେ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନ୍ୟମାନଙ୍କ ଭଳି ରିଜିଜୁଙ୍କ ନାଚ ବେଳର ଭିଡିଓକୁ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଆମ ଆଇନମନ୍ତ୍ରୀ କିରଣ ରିଜିଜୁ ଜଣେ ଭଲ ଡ୍ୟାନ୍ସର । ଅରୁଣାଚଳ ପ୍ରଦେଶର ଜୀବନ୍ତ ଗୌରବଶାଳୀ ସଂସ୍କୃତିକୁ ଦେଖି ଭଲ ଲାଗିଲା ବୋଲି ମୋଦି ଟ୍ୱିଟ କରିଛନ୍ତି  ।

 

Leave A Reply

Your email address will not be published.