Latest Odisha News

BREAKING NEWS

ଅଭିନେତା ସାହିଲ ଖାନ୍ ଗିରଫ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ

ମମ୍ବାଇ: ସାହିଲ ଖାନ୍ ଗିରଫ । ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଗିରଫ କରିଛି ପୋଲିସ । ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଆଇଟି ଟିମ୍ ଦ୍ବାରା ଗିରଫ୍ ହୋଇଛନ୍ତି ସାହିଲ । ବମ୍ବେ ହାଇକୋର୍ଟ ଆଗୁଆ ଜାମିନ ପାଇଁ ମନା କରିବା ପରେ ଗିରଫ୍ ହୋଇଛନ୍ତି ସାହିଲ । ପୋଲିସ ସୂତ୍ର ଅନୁଯାୟୀ, ବମ୍ବେ ହାଇକୋର୍ଟଙ୍କ ଜାମିନ ନ ପାଇବା ପରେ ସାହିଲ ଖାନ୍ ମୁମ୍ବାଇ ଛାଡି ପଳାଇଥିଲେ। ପ୍ରାୟ ୪୦ ଘଣ୍ଟାର ପ୍ରୟାସ ପରେ ପୋଲିସ ସାହିଲଙ୍କୁ ଧରିଥିଲା ।

ସାହିଲ ଖାନ୍ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ। ଏହାପୂର୍ବରୁ ଗୁରୁବାର ଦିନ ମଧ୍ୟ ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଅଭିନେତା ସାହିଲ ଖାନଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଅଧିକାରୀ ଜଣକ କହିବା ଅନୁଯାୟୀ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାହିଲ ଖାନ୍ ପ୍ରାୟ ରାତି ୧ ଟାରେ ଏସଆଇଟି ଅଫିସରେ ପହଞ୍ଚିଥିଲେ ଏବଂ ତାଙ୍କ ବୟାନ ରେକର୍ଡ ପରେ ସେ ଅପରାହ୍ନ ୫.୩୦ ରେ ପୁଣି  ଫେରି ଯାଇଥିଲେ ।  ଅଧିକାରୀଙ୍କ କହିବାନୁସାରେ, ଖାନ ଦାବି କରିଛନ୍ତି ଯେ ମହାଦେବ ବେଟିଂ ଆପ୍ ସ୍କାମ ମାମଲା  ପ୍ରସଙ୍ଗରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ସୂଚନା ଅନୁଯାୟୀ ଇଡି ମହାଦେବ ବ୍ୟାଟିଂ ଆପ୍ ମାମଲାର ଅନୁସନ୍ଧାନ କରୁଥିବାବେଳେ ମୁମ୍ବାଇ ପୋଲିସ ୩୨ ଜଣଙ୍କ ବିରୋଧରେ ପୃଥକ ମାମଲା ରୁଜୁ କରିଛି।

Leave A Reply

Your email address will not be published.