Latest Odisha News

BREAKING NEWS

ଆହୁରି ୫ ଦିନ ଯାଏଁ ଅସହ୍ୟ ତାତି:ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି

ଭୁବନେଶ୍ବର: ପ୍ରଚଣ୍ଡ ତାତିରେ କଲବଲ ହେଉଛି ସାରା ରାଜ୍ୟ। ଗ୍ରୀଷ୍ମପ୍ରବାହ ପାଇଁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଆହୁରି ୫ ଦିନ ଯାଏଁ ଅସହ୍ୟ ତାତି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆଜି ୧୩ ଜିଲ୍ଳାକୁ ରେଡ ଆଲର୍ଟ ଜାରି ହୋଇଛି ଏବଂ ୧୫ ଜିଲ୍ଲାକୁ ଅରେଞ୍ଜ ଓ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି  ।ରବିବାର  ଭୁବନେଶ୍ୱର ସମେତ କେତେକ ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ ।

ଗତକିଛି ଦିନ ହେବ ଅବିରତ ବଢିଚାଲିଛି ଏ ଅଗ୍ନି ବର୍ଷା । ଏହିଭଳି ପ୍ରଚଣ୍ଡ ତାତି ଜାରି ରହିବ ଆସନ୍ତା ମେ ମାସ ଦ୍ବିତୀୟ ସପ୍ତାହ ଯାଏ । ଉତ୍ତରର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଅଧିକ ରହିବ ।  ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେହିପରି ଗତକାଲି ଅନୁଗୁଳ ୪୪.୭ ଡିଗ୍ରୀ ସହ ରଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ଭୁବନେଶ୍ବର ୪୪.୬ ଡିଗ୍ରୀ ଏବଂ ବାରିପଦାରେ ୪୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା  ।

Leave A Reply

Your email address will not be published.