Latest Odisha News

ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା: ପ୍ରଯୋଜକ,ଅଭିନେତାଙ୍କୁ ନୋଟିସ୍‌

ମୁମ୍ବାଇ: ଆସନ୍ତା ୧୧ ତାରିଖରେ ରିଲିଜ୍ ହେବ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ‘ଓଏମଜି ଟୁ’ । ଏହାର ଟ୍ରେଲର ରିଲିଜ୍ ହେବା ପରେ ବିବାଦ ଦେଖାଦେଇଛି । ଏହି ଫିଲ୍ମର କିଛି ଦୃଶ୍ୟକୁ ନେଇ ଉଜ୍ଜେନ ମହାକାଳ ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇଛନ୍ତି ।

ମହାକାଳ ମନ୍ଦିରର ପୂଜାରୀମାନେ କହିଛନ୍ତି, ଫିଲ୍ମ ‘ଓଏମଜି ଟୁ’ ର ଟ୍ରେଲରରେ ଏକ ଦୃଶ୍ୟରେ ଭଗବାନ ଶିବ ଦୋକାନରେ କଚୋଡ଼ି କିଣୁଥିବା ଦେଖିବାକୁ ମିଳୁଛି । ଆଉ ଦୋକାନୀଙ୍କୁ ଶିବବେଶରେ ଥିବା ଅକ୍ଷୟ କୁମାର ଆର୍ଶୀବାଦ ଦେବାରୁ ସେ କହିଥିଲେ, ଆର୍ଶୀବାଦ କିଛି କାମ କରିବ ନାହିଁ, ମୋର ଟଙ୍କା ଦରକାର ।ଏଭଳି ଆପତ୍ତିଜନ ଦୃଶ୍ୟ ଶିବଭକ୍ତଙ୍କ ମନୋଭାବନାକୁ ଆଘାତ ଦେଇଛି । ଏଥିସହିତ ଫିଲ୍ମର ଟ୍ରେଲରରେ ଅନେକ ସ୍ଥାନରେ ଭଗବାନ ଶିବଙ୍କୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଛି, ଯାହା ଆଦୌ ଠିକ୍ ନୁହେଁ ।

ଫିଲ୍ମଟିରେ ଏଭଳି ଆପତ୍ତିଜନ ଦୃଶ୍ୟ ଥିବା ବେଳେ ସେନସର ବୋର୍ଡ ଏହାକୁ କିଭଳି ଭାବେ ‘ଏ’ ସାର୍ଟିଫିକେଟ ଦେଲା ସେ ନେଇ ପ୍ରଶ୍ନ ଉଠିଛି । ଏଥିରେ ଆହୁରି ଏମିତି ବି କିଛି ଦୃଶ୍ୟ ଅଛି, ଯାହାକି ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏଥିପାଇଁ ‘ଓଏମଜି ଟୁ’ର ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା ଓ ସେନସରବୋର୍ଡକୁ ମହାକାଳ ପୂଜା ସଂଘ ଓ ଅଖିଳଭାରତୀୟ ପୂଜା ସଂଘ ନୋଟିସ ପଠାଇଛି ।

ଏଥିସହିତ ଫିଲ୍ମରେ ସ୍ଥାନ ପାଇଥିବା ମହାକାଳ ମନ୍ଦିରର ଦୃଶ୍ୟକୁ ହଟାଇବା ସହିତ ଫିଲ୍ମର ନିର୍ଦ୍ଦେଶକ ଏନେଇ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବି ଦାବି ହୋଇଛି ।

Comments are closed.