Latest Odisha News

BREAKING NEWS

ଏମିତି ଛତୁ, ଯାହା ବର୍ଷକରେ ମାତ୍ର ୮ ଦିନ ମିଳିଥାଏ, ତାହା ଚଢା ଦରରେ

ଝାରଖଣ୍ଡ: ବିଭିନ୍ନ ସ୍ଥାନରେ ବହୁ ପ୍ରକାରର ଛତୁ ମିଳିଥାଏ । କିନ୍ତୁ ଝାରଖଣ୍ଡରେ ଏମିତି ଏକ ଛତୁ ଅଛି, ଯାହା ବର୍ଷକୁ ମାତ୍ର ୮ ଦିନ ମିଳିଥାଏ । ତାହା ପୁଣି ଚଢା ଦରରେ । ଏଠାକାର ଲୋକ ଏହାକୁ ଖାଇବା ପାଇଁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି ।

ଏହି ଛତୁର ନାମ ହେଉଛି ଟେକ୍ନସ । ଏହା ଦେଖିବାକୁ ଅନ୍ୟ ଛତୁଠାରୁ ପୁରା ଭିନ୍ନ । ଏହା ସାଧାରଣତଃ କେବଳ ଶ୍ରାବଣ ମାସରେ ମିଳିଥାଏ । ତାହା ପୁଣି ମାତ୍ର ୮ ଦିନ । ବର୍ତ୍ତମାନ ଝାରଖଣ୍ଡର ହଜାରିବାଗର ବିଭିନ୍ନ ବଜାରରେ ଏହା ଉପଲବ୍ଧ । ଏବେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୬୦୦ ରୁ ୮୦୦ ଟଙ୍କା ରହିଛି । ଟେକ୍ନସ ବିକ୍ରୟ କରୁଥିବା ବ୍ୟବସାୟୀ ଦୀପକ କୁମାର ସାବ କହିଛନ୍ତି ଯେ, ସେ ସ୍ଥାନୀୟ ଚାଟାର ଲାଭାଲୋଙ୍ଗ ଜଙ୍ଗଲରୁ ଏହି ଟେକ୍ନସସବୁକୁ ଆଣିଛନ୍ତି । ଦୈନିକ ୨୦ କେଜି ବିକ୍ରି କରୁଛନ୍ତି । ଏହି ବଜାରରେ ଅନ୍ୟ ଛତୁର ଦାମ ଅପେକ୍ଷା ଏହାର ମୂଲ୍ୟ ଅଧିକ । ମହଙ୍ଗା ହେବାର ମୁଖ୍ୟ କାରଣ ହେଉଛି, ଏହାର ସ୍ୱାଦ ଠିକ୍ ଦେଶୀ ମଟନ୍ ପରି । ଏହା ବଜାରକୁ ବହୁତ କମ୍ ପରିମାଣର ଆସିଥାଏ । ତାହାପୁଣି ବହୁତ କମ୍ ଦିନ ପାଇଁ । ଏହା ଜଙ୍ଗଲରେ ଥିବା ସାଖୁଆ ଗଛ ତଳେ ବଢିଥାଏ ।

ଜଙ୍ଗଲରେ ମଧ୍ୟ ବହୁତ କମ୍ ସ୍ଥାନରେ ଏହା ଦେଖିବାକୁ ମିଳିଥାଏ । ଏହାକୁ ସଂଗ୍ରହ କରିବା ପାଇଁ ଲୋକମାନେ ଭୋର ୪ ଟାରେ ଜଙ୍ଗଲକୁ ଯାଆନ୍ତି । ପରେ ଏହାକୁ ବଜାରରେ ଆଣି ବିକ୍ରି କରିଥାନ୍ତି ।

Leave A Reply

Your email address will not be published.