ପ୍ରୟାଗରାଜ: ଆଜି ମହାଶିବରାତ୍ରୀରେ ମହାକୁମ୍ଭମେଳାରେ ଶେଷ ଅମୃତ ଦିବସ। ଏହି ଅବସରରେ ପ୍ରବଳ ଭିଡ଼ ଜମିଛି। ଶେଷ ଅମୃତ ଦିବସରରେ ବୁଡ଼ ପାଇଁ ପ୍ରବଳ ଭିଡ଼। ସକାଳ ୬ଟା ସୁଦ୍ଧା ବୁଡ଼ ପକାଇଲେଣି ୪୦ ଲକ୍ଷ ଶ୍ରଦ୍ଧାଳୁ।
ତ୍ରିବେଣୀ ସଙ୍ଗମରେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଆଶଙ୍କା। ୪୫ ଦିନରେ ସ୍ନାନ କରିଛନ୍ତି ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ଜାନୁଆରୀ ୧୩ରୁ ଦୀର୍ଘ ୪୫ ଦିନ ହେଲା ଚାଲିଥିଲା କୁମ୍ଭମେଳା।
ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ସକାଳ ୧୧:୦୮ ରୁ ଆରମ୍ଭ ହେବ ଏବଂ ଏହି ତିଥି ପରଦିନ ଫେବୃଆରୀ ୨୭ ତାରିଖ ସକାଳ ୮:୫୪ ରେ ଶେଷ ହେବ। ରାତିରେ ମହାଶିବରାତ୍ରିର ପୂଜା କରିବାର ମହତ୍ତ୍ୱ ଅଛି, ସେଥିପାଇଁ ଆଜି ୨୬ ଫେବୃଆରୀରେ ମହାଶିବରାତ୍ରିର ଉପବାସ ପାଳନ କରାଯାଉଛି। ମହାଶିବରାତ୍ରିରେ ପୁଣ୍ୟ କାଳ କିମ୍ବା ଅମୃତ କାଳ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଚାଲିବ। ମହାକୁମ୍ଭରେ ମହା ଶିବରାତ୍ରିର ରାଜକୀୟ ସ୍ନାନ ସକାଳ ୭:୨୮ ରେ ଆରମ୍ଭ ହୋଇଛି।
Comments are closed.