Latest Odisha News

BREAKING NEWS

ଫିଲ୍ମରେ ଆକ୍ଟିଂ କରିବେ ମୋନାଲିସା, ମହାକୁମ୍ଭରେ ଭାଇରାଲ ହୋଇଥିଲେ… 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବୁଲିବୁଲି ରୁଦ୍ରାକ୍ଷ ମାଳ ବିକୁଥିବା ଯୁବତୀ ମୋନାଲିସାଙ୍କୁ ବଲିଉଡରେ କାମ କରିବାର ସୁବର୍ଣ୍ଣ ସୁଯୋଗ ମିଳିଛି।

ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ଡାଏରୀ ଅଫ୍ ମଣିପୁର’ରେ ଲିଡ୍ ଆକ୍ଟ୍ରେସ୍ ଭାବରେ ତାଙ୍କୁ ନେଇପାରନ୍ତି। ତେବେ ଫିଲ୍ମ ଅଫରକୁ ନେଇ ମୋନାଲିସା ଏବଂ ତାଙ୍କ ପରିବାର ଖୁବ୍ ଖୁସିଥିବା ଜଣାପଡିଛି।

ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ରଟି ଏପ୍ରିଲରୁ ଜୁନ୍ ମଧ୍ୟରେ ଉତ୍ତର-ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ସୁଟିଂ କରାଯିବାକୁ ଥିବା ବେଳେ ଏହା ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ରିଲିଜ ହୋଇପାରେ।

ଅପରପକ୍ଷରେ ସୁଟିଂ ଆରମ୍ଭ ହେବା ପୂର୍ବରୁ ମୋନାଲିସାଙ୍କୁ ମୁମ୍ବାଇରେ ତିନି ମାସର ଆକ୍ଟିଂ ଟ୍ରେନିଂ ଦିଆଯିବ। ମହାକୁମ୍ଭରେ ଭାଇରାଲ ହୋଇଥିବା ମୋନାଲିସା ଏବଂ ତାଙ୍କ ବାପା ମଧ୍ୟପ୍ରଦେଶର ମହେଶ୍ୱରସ୍ଥିତ ନିଜ ଘରକୁ ଫେରିଯାଇଥିଲେ। ନିର୍ଦ୍ଦେଶକ ସନୋଜ ମିଶ୍ର ଏବଂ ତାଙ୍କ ଟିମ୍ ମହେଶ୍ୱର ଯାଇ ମୋନାଲିସା ଏବଂ ତାଙ୍କ ପରିବାରକୁ ଭେଟିବେ କଣ୍ଟ୍ରାକ୍ଟ ସାଇନ୍ କରିବେ ବୋଲି ଜଣାପଡିଛି।

 

Comments are closed.