Latest Odisha News

ବିରାଜିତ ମା’ ଦଶଭୁଜା: ମଣ୍ଡପେ ମହାନବମୀ ବେଳେ ଶକ୍ତିପୀଠରେ ଆଜି ଘଟ ବିସର୍ଜନ

ଭୁବନେଶ୍ୱର: ମଣ୍ଡପରେ ଆବିର୍ଭୂତ ଜଗତ ଜନନୀ ମାଆ ଦୁର୍ଗା।ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କର ମହାଦଶମୀ ପୂଜା । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ଷୋଡ଼ଶ ଉପଚାରରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା।

ସେପଟେ ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ମହା ଦଶମୀ ପୂଜା ଅନୁଷ୍ଠିତ ହେଉଛି। ମହାଦଶମୀ ପୂଜା ସହିତ ରାତିରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.