Latest Odisha News

BREAKING NEWS

Mahanadi Tribunal: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ବର:ଆସନ୍ତା ୨୬ରେ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ । ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ୪ ଦିନିଆ ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣିଆ ଟିମ୍‌ ଆସିବାର ସୂଚନା ରହିଛି ।

ସମ୍ବଲପୁର ଓ ଝାରସୁଗୁଡ଼ା ଗସ୍ତ ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।

ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀ ଜଳ ବିବାଦ, ୨୦୧୬ ମସିହାରୁ ଓଡିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଆଜି ପର୍ଯ୍ୟନ୍ତ ଏହାର ସମାଧାନର ବାଟ ବାହାରି ପାରିନାହିଁ ।

ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଛି ମହାନଦୀ ଜଳ ବିବାଦ ଶୁଣାଣି ହେବ । ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି। ଓଡିଶା ଏବଂ ଛତିଶଗଡ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Comments are closed.