Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣା; ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ମାହାଙ୍ଗା: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସୂଚନାଅନୁସାରେ, ଏହି ଅଭିଯୁକ୍ତଙ୍କୁ କଟକରୁ ଗିରଫ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏକ ସ୍ପେସାଲ ପୋଲିସ ଟିମ୍ ଦ୍ଵାରା ଅଭିଯୁକ୍ତକୁ ଗିରଫ ହୋଇଥିବା ସୂଚନା।

ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ  ଟିମ୍‌ ଗଠନ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ୪ଜଣଙ୍କୁ ଗିରଫ କରିଥିଲା । ଏହାସହ ମଙ୍ଗଳବାର ଦିନ ବିଳମ୍ବିତ ତାରିରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସ୍ପେସାଲ ପୋଲିସ ଟିମ୍ ଚଢାଉ କରି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହାକୁ ମିଶାଇ ମୋଟ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା।

Comments are closed.