Latest Odisha News

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ନାୟକ, ଖେଳ ଶିକ୍ଷକ ଗିରଫ, ଏବେ ବି ସନ୍ଦେହ ଘେରରେ ପୋଲିସ

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଶେଷରେ ଗିରଫ ହେଲେ ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ। ନିକଟରେ ଏହି ମାମଲାରେ ନିଜର ଭୂମିକାକୁ ନେଇ ଶରତ ବିବାଦୀୟ ହୋଇପଡ଼ିବା ପରେ ବିଜେଡି ତାଙ୍କୁ ନିଲମ୍ବନ କରିଛି। ତେବେ ଏହି ମାମାଲାରେ ପୋଲିସର ଭୂମିକା ବିବାଦମୁକ୍ତ ନଥିବା ବେଳେ ଆଜି ଶେଷରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ କିନ୍ତୁ ଗିରଫ ହୋଇଛନ୍ତି।

ଶରତ ନାୟକଙ୍କ ସମ୍ପୃକ୍ତି ଥିବା ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ସେ ପୁଲିସ ସ୍କାନରରେ ଆସିଥିଲେ। ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶିକ୍ଷକଙ୍କ ମାଙ୍କ ସହ ଫୋନରେ କଥା ହେଉଥିବାର ଶୁଣିବାକୁ ମିଳିଥିଲା। ଏଥିପାଇଁ ସେ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାମଲାକୁ ନେଇ ବିବାଦ ବଢିବା ପରେ ପୋଲିସର ଭୂମିକା ଏଯାବତ ସନ୍ଦେହ ଘେରରେ ରହିଛି। କାରଣ ରଫାଦଫା କରିବାକୁ ଶରତ ପୋଲିସ ସହ କଥା ହୋଇଛନ୍ତି ଏବଂ ସେମାନେ କିଛି ଟଙ୍କା ମାଗୁଛନ୍ତି ବୋଲି ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳିଛି। ତେବେ କିଏ ସେହି ପୋଲିସ ଏବଂ ନାବାଳିକା ଦୁଇ ମାସ ହେବ ପ୍ରାଣ ହରାଇଥିବା ବେଳେ ନିଜ ଆଡୁ ମାମଲା ରୁଜୁ ନକରି ନିରବ ହୋଇ ରହିଥିଲା କାହିଁକି ତାହା ଏବେ ପ୍ରଶ୍ନ ଘେରରେ।

ସୂଚନାଯୋଗ୍ୟ ଗତ ଜୁନ ୧୬ ତାରିଖରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ନକରି ତରବରିଆ ଭାବେ ପୋଡି ଦିଆଯାଇଥିଲା ପରେ ଅସ୍ଥିକୁ ନଦୀରେ ଭସାଇ ଦିଆଯାଇଥିବା ଅଭିଯୋଗ ହୋଇଛି।

ଯୁବତୀଙ୍କ ସହ ପିଇଟିଙ୍କ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କୁ ଏକ ପ୍ରେମ ପତ୍ର ଲେଖିଥିଲେ। ଯାହା ଏବେ ସାର୍ବଜନୀନ ହୋଇଛି। ତେବେ ପୋଲିସ ଏହି ମାମଲାରେ ସଂପୃକ୍ତ ଖେଳ ଶିକ୍ଷକ ଅନୁପମଙ୍କୁ ଜେରା କରିଥିଲା। ଯେଉଁ ସମୟରେ ନିଜ ପ୍ରେମ ସମ୍ପର୍କକୁ ସେ ସ୍ବୀକାର କରିଥିଲେ।

ଅନ୍ଯପଟେ ଏହି ଖବର ଉପରେ ରୋକ ଲଗାଇବାକୁ ଝିଅର ବାପା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯିଏକି ଝିଅର ବାତ ରୋଗରେ ମୃତ୍ୟୁ ହୋଇଛି ବୋଲି କହୁଛନ୍ତି କିନ୍ତୁ ବାତ ରୋଗ ପାଇଁ ଝିଅ କେଉଁଠି ଚିକିତ୍ସିତ ହେଉଥିଲେ ଏବଂ ପ୍ରେସକ୍ରିପସନ ଆଦି ପ୍ରମାଣପତ୍ର ଦେଖାଇପାରିନାହାନ୍ତି।  ଝିଅର ମୃତ୍ୟୁ ରିପୋର୍ଟ କିଏ ଦେଇଛି ବୋଲି ମଧ୍ୟ ପ୍ରଶ୍ନକୁ ଏଡାଇ ଦେଇଛନ୍ତି।

Leave A Reply

Your email address will not be published.