Latest Odisha News

BREAKING NEWS

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ଆଜି ପୂର୍ବାହ୍ନ ୧୧ଟା ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ପ୍ରାପ୍ତ ସୂଚନା ଅନୁଯାୟୀ ସର୍ବସାଧାରଣ ଦର୍ଶନ ବନ୍ଦ ସମୟକୁ ବୃଦ୍ଧି କରାଇଛି। ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

ଶ୍ରୀବିଗ୍ରହ ମାନଙ୍କ ସେନାପଟା ଲାଗି ନୀତି ଅନୂପାଳନରେ ଧାର୍ଯ୍ୟ ସମୟଠାରୁ ଆହୁରି ଅଧିକ ସମୟ ଆପାତତଃ ୩ ଘଣ୍ଟାରୁ ସାଢେ଼ ୩ ଘଣ୍ଟା ସମୟ ଲାଗିବ ବୋଲି ସୂଚନା ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜିର ସର୍ବସାଧାରଣ ଦର୍ଶନ ବନ୍ଦ ସମୟ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଏଥିଲାଗି ଆରମ୍ଭ ହୋଇଛି ଦେବସ୍ନାନ ପୂର୍ଣ୍ଣିମାର ପ୍ରସ୍ତୁତି ପର୍ବ। ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରେ ମହାପ୍ରଭୁ ଦିବ୍ୟସ୍ନାନ କରିବା ପରେ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ । ସେପଟେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ । ମାର୍କେଟ ଛକଠୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏପଟେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଛତିଶା ନିଯୋଗର ସହଯୋଗ ଲୋଡ଼ିଛନ୍ତି ।

Comments are closed.