ମହାରାଷ୍ଟ୍ର: କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ବିଧାୟକ ରାଓସାହେବ ଅଣ୍ଟାପୁରକରଙ୍କ ଶୁକ୍ରବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା।
ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ଡିଗ୍ଲୁରରୁ କଂଗ୍ରେସ ବିଧାୟକ ଅଣ୍ଟାପୁରକର ପ୍ରଥମେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।
ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରାତିରେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ରାଓସାହେବ କରୋନାରେ ମୃତ୍ୟୁବରଣ କରିଥିବା ମହାରାଷ୍ଟ୍ରର ଦ୍ୱିତୀୟ ବିଧାୟକ ଅଟନ୍ତି।
ଏହାପୂର୍ବରୁ ନଭେମ୍ବର ୨୮ ରେ ପନ୍ଧରପୁରର ଏନସିପି ବିଧାୟକ ଭାରତ ଭାଲକେଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।
Comments are closed.