Latest Odisha News

ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟେଲଙ୍କ ଧମକ: ଅମିତାଭ, ଅକ୍ଷୟଙ୍କ ଫିଲ୍ମ ଶୁଟିଂ କରାଇ ଦେବୁନି

ମୁମ୍ବାଇ: ପେଟ୍ରୋଲ ଦର ବୃଦ୍ଧି ନେଇ ଏବେ ବିପକ୍ଷ ଦଳ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଏ ନେଇ ବିଭିନ୍ନ ପ୍ରକାର ବୟାନବାଜି ଆରମ୍ଭ ହୋଇଛି । ତେବେ ଏ ସବୁ ଭିତରେ ମହାରାଷ୍ଟ୍ର କଂଗ୍ରେସର ନେତା ନାନା ପଟେଲ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ସିଧାସଳଖ ଏ ନେଇ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଦୁଇ ଅଭିନେତା ଯଦି ପେଟ୍ରୋଲ ଦର ବୃଦ୍ଧି ନେଇ ମତ ନ ଦିଅନ୍ତି ତାହାହେଲେ ସେମାନଙ୍କ ଫିଲ୍ମ ମହାରାଷ୍ଟ୍ରରେ ଶୁଟିଂ କରାଇ ଦେବୁ ନାହିଁ ବୋଲି କହିଛନ୍ତି ।

ମୋଦି ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସେମାନଙ୍କୁ ଭୟ ଲାଗୁଛି କି ବୋଲି ସେ ପ୍ରଶ୍ନ କରିଥିଲେ । ବିଜେପି ଏ ନେଇ କଂଗ୍ରେସ ସମାଲୋଚନା କରିଛି । ପେଟ୍ରୋଲ ଦର ବୃଦ୍ଧି ପଛରେ ବଲିଉଡ ଅଭିନେତାଙ୍କ ଦୋଷ କଣ । ସେମାନେ ଏଥିରେ କଣ କରିପାରିବେ ବୋଲି ରାମ କଦମ ପ୍ରଶ୍ନ କରିଛନ୍ତି ।

Comments are closed.