Latest Odisha News

ସମ୍ଭାଜି ମହାରାଜଙ୍କ ସମ୍ପର୍କିତ ବିବାଦୀୟ କଣ୍ଟେଣ୍ଟ ହଟାଇବା ପାଇଁ ୱିକିପିଡିଆକୁ ନୋଟିସ

ମୁମ୍ବାଇ: ଲୋକପ୍ରିୟ ଅନଲାଇନ୍ ଏନସାଇକ୍ଲୋପିଡିଆ ଉଇକିପିଡ଼ିଆରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ବିଷୟରେ  ଆପତ୍ତିଜନକ ତଥ୍ୟ ଲେଖାଯାଇଥିବାରୁ ମହାରାଷ୍ଟ୍ରରେ ଏ ନେଇ  ବିବାଦ ସୃଷ୍ଟି ହୋଇଛି। ତେବେ ଏଥିରେ ଏଭଳି ଅନେକ କଥା ଉଲ୍ଲେଖ ରହିଛି ଯାହାର ଛତ୍ରପତିଙ୍କ ଜୀବନ ସହିତ କୌଣସି ସାମଞ୍ଜସ୍ୟ ନାହିଁ।

ପ୍ରସିଦ୍ଧ ପ୍ରଯୋଜକ କମଲ ରାଶି ଖାନ (କେଆରକେ) ୱିକିପିଡିଆର ତଥ୍ୟକୁ ଆଧାର କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।ସେ ଏଥିରେ ୱିକିପିଡିଆକୁ ଆଧାର କରି ଭୁଲ୍ ତଥ୍ୟ ଲେଖିଥିଲେ। ଯାହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି।

ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉଇକିପିଡ଼ିଆର ଆପତ୍ତିଜନକ କଣ୍ଟେଣ୍ଟ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରିକି ମହାରାଷ୍ଟ୍ର ସାଇବର ପୋଲିସ ୱିକିପିଡିଆ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏଥିରେ ଥିବା ସମସ୍ତ ଭୁଲ ତଥ୍ୟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.