Latest Odisha News

BREAKING NEWS

ଉଦ୍ଧବଙ୍କୁ ଆଉ ଏକ ଝଟକା, ଶିନ୍ଦେ କ୍ୟାମ୍ପରେ ଯୋଗ ଦେଲେ ଦୀପକ ସାୱନ୍ତ

ପୁଣେ: ମହାରାଷ୍ଟ୍ର ରାଜନୀତିରେ ବୁଧବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅତି ନିକଟତମ ବିବେଚନା କରାଯାଉଥିବା ଦୀପକ ସାୱନ୍ତ ବିପକ୍ଷ କ୍ୟାମ୍ପରେ ଯୋଗ ଦେଇଛନ୍ତି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦୀପକଙ୍କ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳରେ ଯୋଗ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ନିକଟରେ ସୁବାସ ଦେଶାଇଙ୍କ ପୁଅ ଭୂଷଣ ମଧ୍ୟ ଶିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି । ଆମେ ଦୀପକଙ୍କୁ ପ୍ରକୃତ ଶିବସେନାରେ ଯୋଗଦେବା ନେଇ ସ୍ୱାଗତ କରିଛୁ । ଏହା ଦ୍ୱାରା ଆମ ଦଳ ଆହୁରି ମଜଭୁତ ହେବ ବୋଲି ଶିନ୍ଦେ କହୁଛନ୍ତି । ଗତ ବର୍ଷ ଜୁନରେ ଶିନ୍ଦେ ଓ ଉଦ୍ଧବଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଶିନ୍ଦେ ପରେ ବିଜେପି ସହ ମିଶି ସରକାର ଗଠନ କରିଥିଲେ ।

ଏହା ପରେ ପ୍ରକୃତ ଶିବସେନା କାହାର ସେ ନେଇ ବିବାଦ ଉପୁଜିଥିଲା । ପରେ ନିର୍ବାଚନ ଆୟୋଗ ଶିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନା ବୋଲି ଘୋଷଣା କରିଥିଲେ । ଉଦ୍ଧବଙ୍କ କ୍ୟାମ୍ପରୁ ଜଣଙ୍କ ପରେ ଜଣେ ଦଳ ଛାଡି ଶିନ୍ଦେଙ୍କ ସହ ହାତ ମିଳାଉଛନ୍ତି । ନିକଟରେ ଉଦ୍ଧବ ଏକ କାର୍ଯ୍ୟକ୍ରମରେ ବିଜେପିକୁ ଆତଙ୍କବାଦୀ ଅଫଜାଲ ଖାଁଙ୍କ ସହିତ ତୁଳନା କରିଥିଲେ ।

Leave A Reply

Your email address will not be published.