Latest Odisha News

BREAKING NEWS

ଉଦଘାଟିତ ହେଲା ଶୁଟିଂବଲ ଚାମ୍ପିୟନଶିପ

ପୁରୀ: ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପରିସରରେ ବୁଧବାର ୩ ଦିନିକିଆ ଶୁଟିଂବଲ ଚାମ୍ପିୟନଶିପ ଉଦଘାଟିତ ହୋଇଯାଇଛି । ଶୁଟିଂବଲ ଫେଡେରେଶନ ଅଫ ଇଣ୍ଡିଆ ଓ ଓଡିଶା ଶୁଟିଂବଲ ଆସୋସିଏଶନର ସହାୟତାରେ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜିତ ହେଉଛି । ଏକ ଭାରତ ଶ୍ରେଷ୍ଠ ଭାରତ ଶୁଟିଂବଲ ଜୋନାଲ ଚାମ୍ପିୟନଶିପକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଓଡିଶା ଆସୋସିଏଶନର ସଭାପତି ସୁବାଶିଷ ଖୁଂଟିଆ ସ୍ୱାଗତ ଭାଷଣ ଦେବା ସହ ଆୟୋଜକ ହେବାର ସୁଯୋଗ ମିଳିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଝାଡେଶ୍ୱରୀ କ୍ଲବ ସଭାପତି କୃଷ୍ଣ ଚନ୍ଦ୍ର ଦାସ, ପାର୍ଥ ସାରଥୀ ମହାପାତ୍ର କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

ଏକ ଭାରତ, ଶ୍ରେଷ୍ଠ ଭାରତ ଆଧାରରେ ୮ଟି ରାଜ୍ୟର ପ୍ରତିଯୋଗୀମାନେ ଯୋଗ ଦେଇଛନ୍ତି । ଡ୍ରମ ବଜାଇ ଖେଳାଳିମାନଙ୍କୁ ସ୍ୱାଗତ କରାଯିବା ଏବଂ ସେମାନେ ଶୃଙ୍ଖଳିତ ଶୈଳୀରେ ପଡିଆକୁ ଆସିବା ବେଶ ଆନନ୍ଦଦାୟକ ହୋଇଥିଲା । ଖୁବ ଶୀଘ୍ର ଏହି କ୍ରୀଡାର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଖେଳାଳିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଅତିଥିମାନେ ମତ ଦେଇଥିଲେ ।

Leave A Reply

Your email address will not be published.