ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରି ଚର୍ଚ୍ଚାରେ ଏବେ ଜଣେ ବ୍ୟବସାୟୀ l
ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଦେଢ଼ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି । ତୁକାରାମଙ୍କ ପାଖରେ ୧୮ ଏକର ଜମି ରହିଛି । ସେଥିରୁ ୧୨ ଏକର ଜମିରେ ସେ ଟମାଟୋ ଚାଷ କରିଛନ୍ତି । ଏଥିରେ ତାଙ୍କୁ ତାଙ୍କର ପୁଅ ଇଶ୍ୱର ଏବଂ ନାତୁଣୀ ସୋନାଲି ସହଯୋଗ କରନ୍ତି ।
ସାଧାରଣତଃ ଚାଷୀମାନେ ନାରାୟଣଗଞ୍ଜରେ ଦିନକୁ ଗୋଟିଏ କ୍ରେଟ୍ ଟମାଟୋ ବିକି ୨୧ଶହ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଗତ ଶୁକ୍ରବାର ତୁକାରାମ ୯୦୦ କ୍ରେଟ୍ ଟମାଟୋ ବିକି ଦିନକରେ ୧୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଗତମାସରେ ସେ ଟମାଟୋ କ୍ରେଟ୍ ପିଛା ୨୪୦୦ ଟଙ୍କା ବିକ୍ରି କରିଛନ୍ତି । ଟମାଟୋର କିଶମ ଅନୁଯାୟୀ ଦର ଉପର ତଳ କରି ମଧ୍ୟ ସେ ବିକ୍ରି କରିଛନ୍ତି । ତୁକାରାମଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ଉନ୍ନତ କିସମର ଟମୋଟୋ ଉତ୍ପାଦନ କରନ୍ତି । ତାଙ୍କୁ ଫର୍ଟିଲାଇଜର ଏବଂ ପେଷ୍ଟିସାଇଡ୍ସର ଭଲ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଶ୍ଚିତ ଯେ ତାଙ୍କ ଟମାଟୋ ଭଲ ରହିବ ଏବଂ ଏଥିରେ ପୋକ ଲାଗିବ ନାହିଁ ।
ତୁକାରାମଙ୍କ ବ୍ୟତୀତ ପୁଣେର ଅନେକ ଚାଷୀ ଏବେ ଟମାଟୋ ଚାଷ କରି ବିକ୍ରି କରୁଛନ୍ତି । ଆଉ ମାଲେମାଲ ହେଉଛନ୍ତି । ଏହି ଟମାଟୋ ଚାଷୀମାନଙ୍କର ଏକ ସଂଗଠନ ରହିଛି । ସେହି ସଂଗଠନର କହିବାନୁଯାୟୀ, ସେମାନେ ମାସକୁ ଏବେ ୮୦ କୋଟି ଟଙ୍କାର ଟମାଟୋ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ୧୦୦ ଜଣ ମହିଳାଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି ।
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.