ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରି ଚର୍ଚ୍ଚାରେ ଏବେ ଜଣେ ବ୍ୟବସାୟୀ l
ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଦେଢ଼ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି । ତୁକାରାମଙ୍କ ପାଖରେ ୧୮ ଏକର ଜମି ରହିଛି । ସେଥିରୁ ୧୨ ଏକର ଜମିରେ ସେ ଟମାଟୋ ଚାଷ କରିଛନ୍ତି । ଏଥିରେ ତାଙ୍କୁ ତାଙ୍କର ପୁଅ ଇଶ୍ୱର ଏବଂ ନାତୁଣୀ ସୋନାଲି ସହଯୋଗ କରନ୍ତି ।
ସାଧାରଣତଃ ଚାଷୀମାନେ ନାରାୟଣଗଞ୍ଜରେ ଦିନକୁ ଗୋଟିଏ କ୍ରେଟ୍ ଟମାଟୋ ବିକି ୨୧ଶହ ଟଙ୍କା ରୋଜଗାର କରିଥାନ୍ତି । କିନ୍ତୁ ଗତ ଶୁକ୍ରବାର ତୁକାରାମ ୯୦୦ କ୍ରେଟ୍ ଟମାଟୋ ବିକି ଦିନକରେ ୧୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଗତମାସରେ ସେ ଟମାଟୋ କ୍ରେଟ୍ ପିଛା ୨୪୦୦ ଟଙ୍କା ବିକ୍ରି କରିଛନ୍ତି । ଟମାଟୋର କିଶମ ଅନୁଯାୟୀ ଦର ଉପର ତଳ କରି ମଧ୍ୟ ସେ ବିକ୍ରି କରିଛନ୍ତି । ତୁକାରାମଙ୍କ ପରିବାର ଲୋକ କହିଛନ୍ତି ଯେ, ସେ ଉନ୍ନତ କିସମର ଟମୋଟୋ ଉତ୍ପାଦନ କରନ୍ତି । ତାଙ୍କୁ ଫର୍ଟିଲାଇଜର ଏବଂ ପେଷ୍ଟିସାଇଡ୍ସର ଭଲ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଶ୍ଚିତ ଯେ ତାଙ୍କ ଟମାଟୋ ଭଲ ରହିବ ଏବଂ ଏଥିରେ ପୋକ ଲାଗିବ ନାହିଁ ।
ତୁକାରାମଙ୍କ ବ୍ୟତୀତ ପୁଣେର ଅନେକ ଚାଷୀ ଏବେ ଟମାଟୋ ଚାଷ କରି ବିକ୍ରି କରୁଛନ୍ତି । ଆଉ ମାଲେମାଲ ହେଉଛନ୍ତି । ଏହି ଟମାଟୋ ଚାଷୀମାନଙ୍କର ଏକ ସଂଗଠନ ରହିଛି । ସେହି ସଂଗଠନର କହିବାନୁଯାୟୀ, ସେମାନେ ମାସକୁ ଏବେ ୮୦ କୋଟି ଟଙ୍କାର ଟମାଟୋ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ ୧୦୦ ଜଣ ମହିଳାଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ମିଳିଛି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.