Latest Odisha News

BREAKING NEWS

ED ପାଇଁ ମହାରାଷ୍ଟ୍ରରେ ଗଠନ ହେଲା ସରକାର, ବିଧାନସଭାରେ ଏମିତି କହିଲେ ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ଜିତିବାରେ ସଫଳ ହୋଇଛି ଏକନାଥ ସିନ୍ଦେଙ୍କ ସରକାର । ବହୁମତ ସାବ୍ୟସ୍ତ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମହାବିକାଶ ଅଘାଡ଼ି ମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ବିଧାନସଭାରେ ଇଡି… ଇଡି ନାରା ବିରୋଧୀ ଦେଉଥିବା ବେଳେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫଡନାବିସ୍ ।

କହିଛନ୍ତି, ହଁ ମହାରାଷ୍ଟ୍ରରେ ED ସହାୟତାରେ ସରକାର ଗଠନ ହୋଇଛି । ‘E’ର ଅର୍ଥ ହେଉଛି ଏକନାଥ ସିନ୍ଦେ ଓ ‘D’ର ଅର୍ଥ ହେଉଛି ଦେବେନ୍ଦ୍ର ଫଡନାବିସ୍ । ସୂଚନାଯୋଗ୍ୟ, ଏକନାଥ ସିନ୍ଦେଙ୍କ ସରକାର ମହାରାଷ୍ଟ୍ର ବିଧାନସଭାରେ ବହୁମତ ଜିତିବାରେ ସକ୍ଷମ ହୋଇଛି । ସିନ୍ଦେଙ୍କ ସପକ୍ଷରେ ୧୬୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ପଡ଼ିଛି ୯୯ଟି ଭୋଟ୍ ।

ବିଧାନସଭାରେ ବହୁମତ ଭୋଟିଂ ବେଳେ ହଙ୍ଗାମା ଦେଖିବାକୁ ମିଳିଥିଲା । ଉଦ୍ଧବଙ୍କ ଗୋଷ୍ଠୀ ଇଡି… ଇଡି… ନାରା ଲଗାଇଥିଲେ । ଯାହାର କାଉଣ୍ଟର କରିଛନ୍ତି ଦେବେନ୍ଦ୍ର ଫଡନାବିସ୍ । କହିଛନ୍ତି, ମୁଁ ଆଗରୁ କହିଥିଲି ମୁଁ ଫେରିବି । କିନ୍ତୁ ଯେତେବେଳେ ମୁଁ ଏମିତି କହିଥିଲି ତ ଲୋକ ମୋର ମଜା ଉଡ଼ାଇଥିଲେ । ମୁଁ ଆଜି ଫେରିଛି… ଏବଂ ସାଥିରେ ସିନ୍ଦେଙ୍କୁ ଆଣିଛି ।

ସେ ଆହୁରି କହିଛନ୍ତି ୨୦୧୯ରେ ସରକାର ଗଠନ ଲାଗି ତାଙ୍କ ମେଣ୍ଟକୁ ସଂଖ୍ୟା ମିଳିଥିଲା । କିନ୍ତୁ କ୍ଷମତା ଠାରୁ ଦୂରେଇ ରଖା ଯାଇଥିଲା । ଏବେ ଏକନାଥ ସିନ୍ଦେଙ୍କ ସହ ଆମେ ପୁଣିଥରେ ଶିବସେନା ସହ ସରକାର ଗଢ଼ିଛୁ । ଜଣେ ସଚ୍ଚା ଶିବସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି । ଦଳର ନିର୍ଦ୍ଦେଶ ଅନୁସାରେ, ମୁଁ ଉପମୁଖ୍ୟମନ୍ତ୍ରୀ ହୋଇଛି ।

Leave A Reply

Your email address will not be published.