Latest Odisha News

BREAKING NEWS

‘ଓଡ଼ିଶା ସମ୍ବାଦ’ର ଖବର କପି ପେଷ୍ଟ କରୁଛି ‘ଗଞ୍ଜାମ ପୋଷ୍ଟ’ ନାମକ ଓ୍ୱେବସାଇଟ୍

ଭୁବନେଶ୍ୱର: ନକଲି ପ୍ରତି ସାବଧାନ ! ଖବରର ପ୍ରତିଯୋଗିତା ଭିତରେ ସାମ୍ନାକୁ ଆସିଛି କିଛି ଅସାଧୁ ସାମ୍ବାଦିକଙ୍କ କପି ପେଷ୍ଟ କାରନାମା । ‘ଓଡ଼ିଶା ସମ୍ବାଦ’ ନିଜ ପାଠକଙ୍କୁ ୨୪ ଘଣ୍ଟା ଅନବରତ ସଠିକ୍ ଏବଂ ନିର୍ଭୁଲ ଖବର ଯୋଗାଇବାରେ ପ୍ରୟାସ କରୁଛି। କିନ୍ତୁୁ ଏହାରି ଭିତରେ ‘ଗଞ୍ଜାମ ପୋଷ୍ଟ‘ ନାମକ ଏକ ଓ୍ୱେବସାଇଟ୍ ଓଡ଼ିଶା ସମ୍ବାଦର ଖବର ଚୋରି କରିବାରେ ବ୍ୟସ୍ତ ରହିଛି। ଯାହାର ପ୍ରମାଣ ଏବେ ଓଡ଼ିଶା ସମ୍ବାଦ ହାତରେ ଲାଗିଛି।

ସମ୍ପୃକ୍ତ ଓ୍ୱେବସାଇଟ୍ ଅତି ଚତୁରତାର ସହିତ ଓଡ଼ିଶା ସମ୍ବାଦର ଷ୍ଟୋରୀ ପବ୍ଲିସ ହେବା ମାତ୍ରେ ନିଜ ସାଇଟରେ କପି ପେଷ୍ଟ କରି ପବ୍ଲିସ କରୁଛି। ଆଉ ସେହି ଷ୍ଟୋରୀ ସମ୍ପୃକ୍ତ ପୋର୍ଟାଲ ଆଗ ପକାଇଛି ବୋଲି ଦାବି କରିବାକୁ ଯାଇ ଷ୍ଟୋରୀ ପବ୍ଲିସ ଟାଇମ୍ ଏବଂ ତାରିଖରେ ଗଡବଡ କରୁଛି । ସମ୍ପୃକ୍ତ ଓ୍ୱେବସାଇଟ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲୁ। କିନ୍ତୁ ଓ୍ୱେବସାଇଟରେ ଦିଆଯାଇଥିବା ଇମେଲ୍ (contact@ganjampost.in) ଆଇଡିକୁ ମେଲ୍ ପଠାଇଲେ କୌଣସି ମେଲ୍ ଯାଉନାହିଁ। ଏହା ସହ ଯୋଗାଯୋଗର ଠିକଣା, ପୋଷ୍ଟାଲ ଠିକଣା, ସମ୍ପାଦକଙ୍କ ନାଁ ଆଦି ଉଲ୍ଲେଖ ନାହିଁ।

ଆଗାମୀ ଦିନରେ ଏପରି କପି ପେଷ୍ଟ ଜାରି ରଖିଲେ ସମ୍ପୃକ୍ତ ଓ୍ୱେବସାଇଟ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇପାରେ। ଏଥିସହ ଗୁଗୁଲ ଏବଂ ସର୍ଭରରେ ଅଭିଯୋଗ କରି ସମ୍ପୃକ୍ତ ସାଇଟ ବିରୋଧରେ ଜୋରିମାନା ଲଗାଯାଇପାରେ।

Leave A Reply

Your email address will not be published.