Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ୍, ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଉଦ୍ୟାନବନ୍ଧ କ୍ରୀଷ୍ଣା ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଓଡି ୦୨ ଡି ୩୭୬୯ ନମ୍ବର ବିଶିଷ୍ଟ ନୀଳ ରଙ୍ଗର ବାଇକରେ ୫ ଜଣ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ଜଣେ ଶିଶୁ ସହ ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ଏଯାବତ୍ ମିଳିନଥିବା ବେଳେ ବାଇକରେ ଯାଉଥିବା ୫ ଜଣଙ୍କ ମଧ୍ୟରୁ କେହି ମଧ୍ୟ ହେଲମେଟ୍ ପିନ୍ଧି ନଥିଲେ ।

Leave A Reply

Your email address will not be published.