ମହାରାଷ୍ଟ୍ର: ଶାସ୍ତ୍ରୀୟ ନୃତ୍ୟ ଏବଂ ସଙ୍ଗୀତରେ ଭାରତର ଝିଅମାନେ ବହୁତ ଆଗରେ । ବର୍ଷ ବର୍ଷ ଧରି ବିଶ୍ୱ ତାଙ୍କର ପ୍ରଶଂସକ ହୋଇଆସୁଛି । ଏହି ପରିପ୍ରେକ୍ଷୀ ମହାରାଷ୍ଟ୍ରର ଜଣେ ୧୬ ବର୍ଷୀୟା ଯୁବତୀ ଲଗାତର ୫ ଦିନ କଥକ ନୃତ୍ୟ କରି ବିଶ୍ୱ ରେକର୍ଡ଼ କରିଛନ୍ତି ।
ମହାରାଷ୍ଟ ଲାଟୁରର ସୃଷ୍ଟି ସୁଧୀର ଜଗ୍ତାପ । ତାଙ୍କର ନୃତ୍ୟ ପ୍ରତି ଆଗ୍ରହ ଥିବାରୁ ପିଲାବେଳୁ ସେ କଥକ ନୃତ୍ୟ ଶିକ୍ଷା ଗ୍ରହଣ କରି ଆସୁୁଛନ୍ତି । ଅନେକ ସ୍ଥାନରେ ନୃତ୍ୟ କରି ପ୍ରଶଂସା ସାଉଁଟିବା ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କିନ୍ତୁ ପିଲାବେଳୁ ବିଶ୍ୱ ରେକର୍ଡ଼ କରିବାକୁ ଲକ୍ଷ୍ୟ ରଖିଥିଲେ ସୃଷ୍ଟି । ନିକଟରେ ସେ ଲଗାତର ୧୨୭ ଘଣ୍ଟା ଅର୍ଥାତ୍ ୫ ଦିନ କଥକ ନୃତ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ଏଥିସହ ଗିନିଜ ବୁକ୍ ଅଫ ୱାର୍ଲଡ଼ରେ ନିଜ ନାମକୁ ସାମିଲ ମଧ୍ୟ କରିପାରିଛନ୍ତି । ଏଥିପାଇଁ ତାଙ୍କୁ ବହୁ ମାସ ଧରି ଅଭ୍ୟାସ କରିବାକୁ ପଡ଼ିଥିଲା । ପ୍ରତ୍ୟେକ ଦିନ ୪ ଘଣ୍ଟା ଅଭ୍ୟାସ କରୁଥିଲେ । ଏହା ବ୍ୟତୀତ ସେ ୩ ଘଣ୍ଟା ଅନ୍ୟ ବ୍ୟାୟାମ କରୁଥିଲେ, ଯାହଦ୍ୱାରା ଶରୀର ଫିଟ୍ ରହିଥାଏ ।
ଜିଡ଼ବ୍ଲ୍ୟୁଆରର ସରକାରୀ ରେଫରି ତାଙ୍କ ନୃତ୍ୟ ଦେଖି ଖୁବ୍ ଆକର୍ଷିତ ହୋଇଥିଲେ । ସେ କହିଛନ୍ତି ଯେ, ଏହି ଚ୍ୟାଲେଞ୍ଜ ଅବିଶ୍ୱାସନୀୟ ଥିଲା । ବିଶ୍ୱ ରେକର୍ଡ଼ ନିୟମ ଅନୁଯାୟୀ, ପ୍ରତି ଘଣ୍ଟା ନୃତ୍ୟ କରିବା ପରେ କେବଳ ୫ ମିନିଟ୍ ବିଶ୍ରାମ ପାଇଁ ଅନୁମତି ଦିଆଯାଉଥିଲା । ଏହାବ୍ୟତୀତ ଅନ୍ୟାନ୍ୟ ଅନେକ ନିୟମ ଥିଲା, ଯାହା ବହୁତ କଷ୍ଟସାଧ୍ୟ । ଏହା ସତ୍ତ୍ୱେ୍ୱ ସୃଷ୍ଟି ସମସ୍ତ ନିୟମକୁ ସଠିକ୍ ଭାବରେ ଅନୁସରଣ କରି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ଏହି ସଫଳତା କେବଳ ତାଙ୍କର ପରିଶ୍ରମ ଏବଂ ନିଷ୍ଠା ହେତୁ ପାଇଛନ୍ତି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି ।
Comments are closed.