Latest Odisha News

BREAKING NEWS

ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର

ମୁମ୍ବାଇ : ଯୋଗଗୁରୁ ବାବା ରାମଦେବଙ୍କ କରୋନା ଔଷଧ କରୋନିଲ୍‌ର ବିକ୍ରି ଉପରେ ରୋକ୍ ଲଗାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ବାବା ରାମଦେବଙ୍କ ପତଞ୍ଜଳୀ ପକ୍ଷରୁ ଲଞ୍ଚ ହୋଇଥିବା କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଆଇଏମଏ ପରି ସ୍ବାସ୍ଥ୍ୟ ସଙ୍ଗଠନରୁ ଉଚିତ୍ ପ୍ରଣାଳୀ ବିନା ମହାରାଷ୍ଟ୍ରରେ କରୋନିଲ୍ ବିକ୍ରି ହୋଇ ପାରିବ ନାହିଁ ବୋଲି ଅନୀଲ ଦେଶମୁଖ କହିଛନ୍ତି ।

ସେହିପରି ଆଇଏମଏ ମଧ୍ୟ କରୋନିଲର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କୋଭିଡ୍ ଉପଚାର ପାଇଁ ପତଞ୍ଜଳୀ ଆୟୁର୍ବେଦକୁ କୌଣସି ପ୍ରକାରର ସ୍ବୀକୃତି ଦେବାକୁ ମନା କରିଛି । ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଗ୍ରୁପ୍ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ କରୋନିଲ୍ ଔଷଧ ପ୍ରସ୍ତୁତ କରିଥିଲା । ଯାହାକୁ ଗତ ୧୯ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଡ. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଳଞ୍ଚ କରାଯାଇଥିଲା । ଏବେ ଆଇଏମଏ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଛି ।

Leave A Reply

Your email address will not be published.