Latest Odisha News

BREAKING NEWS

ପାରାଦୀପ ପୋର୍ଟକୁ ହରାଇ ଟାଟା ଷ୍ଟିଲ୍ ଜିତିଲା ବିଚ୍ ଫୁଟବଲ୍ ୨୦୨୧ ଟାଇଟଲ

କୋଣାର୍କ: ଚନ୍ଦ୍ରଭାଗା ସମ୍‌ୁଦ୍ର କୂଳରେ ଅନୁଷ୍ଠିତ ବିଚ୍ ଫୁଟବଲରେ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ୨-୧ରେ ହରାଇ ଟାଟା ଷ୍ଟିଲ୍ ଟାଇଟଲ ହାତେଇ ନେଇଛି । ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଟିମକୁ ପୁରସ୍କୃତ କରିଥିଲେ ।

ଏଥିରେ ପ୍ରାୟ ୧୦ଟି ଟିମ୍ ଭାଗ ନେଇଥିଲେ । ଏହି ଟିମଗୁଡିକ ହେଉଛନ୍ତି ଓଡିଶା ପର୍ପ୍ୟଟନ ବିଭାଗ, ଆଇଓସିଏଲ୍‌, ଟାଟା ଷ୍ଟିଲ୍‌, ପାରାଦୀପ ଫସଫେଟ୍‌, ଜେଏସ୍‌ପିଏଲ୍‌, ଗୁପ୍ତା ପାୱାର ପ୍ରମୁଖ ।

ପ୍ରଥମ ଥର ପାଇଁ ଓଡିଶାରେ ଏପରି ବିଚ୍ ଫୁଟବଲ ଆୟୋଜିତ ହୋଇଛି । ଏହାକୁ ରାଜ୍ୟ ସରକାରଙ୍କ ପର୍ପ୍ୟଟନ ବିଭାଗ ସହ ସିଆଇଆଇର ମିଳିତ ଅନୁକୂଲ୍ୟରେ ଆୟୋଜନ କରାଯାଇଥିଲା । ଓଡିଶା ଫୁଟବଲ ଟିମ୍ ଏହାର ଟେକ୍ନିକାଲ ପାର୍ଟନର ରହିଥିଲେ ।

Leave A Reply

Your email address will not be published.