Latest Odisha News

BREAKING NEWS

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଏବେ ବି ଜାରି ରହିଛି ସସ୍‌ପେନ୍ସ

ମୁମ୍ବାଇ: ମହାରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ଉଷ୍ମତା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଜାରି ରହିଛି ସସ୍‌ପେନ୍ସ। ଡିସେମ୍ବର ୫ରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ ହେବ । ଏନେଇ ଶନିବାର ବିଜେପି ପକ୍ଷରୁ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ପଦ ନେଇ ଦେବେନ୍ଦ୍ର ଫଡନବିସ୍ ବଡ଼ ଦାବିଦାର ରହିଛନ୍ତି। ଖୁବଶୀଘ୍ର ମହାୟୁତିର ବିଧାୟକ ଦଳ ବୈଠକ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏହାକୁ ଏଡାଇ ଦିଆଯାଇପାରିବ ନାହିଁ ଯେ, ପୂର୍ବଥର ଭଳି ଭାରତୀୟ ଜନତା ପାର୍ଟି କିଛି ବି ସରପ୍ରାଇଜ୍ ଦେଇପାରେ। ଏପଟେ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ଏକସଙ୍ଗରେ ନେଇ ଚାଲିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ। ସିଏମ୍ ପଦ ବିଜେପିକୁ ଯିବା ନେଇ ମେଣ୍ଟରେ ସହମତି ପ୍ରକାଶ ପାଇଛି । ମାତ୍ର ମନ୍ତ୍ରିମଣ୍ଡଳକୁ ନେଇ ମହାୟୁତିରେ ଏଯାଏଁ ଅଡ଼ୁଆ ତୁଟିନାହିଁ। ଏକନାଥ ଗୋଷ୍ଠୀଙ୍କୁ କେଉଁ କେଉଁ ବିଭାଗ ଯିବ ଏବଂ ଅଜିତ୍ ପାୱାରଙ୍କ ଗୋଷ୍ଠୀକୁ କ’ଣ ବିଭାଗ ମିଳିବ ?

ଦିଲ୍ଲୀ ମହାୟୁତି ନେତାଙ୍କ ବୈଠକରେ ସ୍ଥିର ହୋଇଛି ଯେ, ମହାରାଷ୍ଟ୍ରରେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିଜେପି ମୁଖ୍ୟମନ୍ତ୍ରୀ ସରକାର ଗଠନ କରିବେ ଏବଂ ଏକନାଥ ସିନ୍ଦେ ଏବଂ ଅଜିତ୍ ପାଓ୍ବାର ଉଭୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଅନ୍ୟପକ୍ଷେ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏବେ ସତରା ଜିଲ୍ଲାର ପୈତୃକ ଗାଁରେ ରହିଛନ୍ତି। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁମ୍ବାଇରୁ ଏକ ଡାକ୍ତରୀ ଟିମ୍ ସତରାରେ ପହଞ୍ଚି ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି । ଏକନାଥ ସିନ୍ଦେ ଜ୍ବରରେ ଆକ୍ରାମଣ ହୋଇଥିବା ଜଣାପଡ଼ିବ ।

Comments are closed.