କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସ୍ୱସ୍ତିକ ସାମଲଙ୍କ ଆକର୍ଷଣୀୟ ଶତକ ସହାୟତାରେ ମହାରାଷ୍ଟ୍ର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛନ୍ତି । ନାଟକୀୟ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଓଡିଶା ଏକ ଭଲ ଅଗ୍ରଣୀ ହାସଲ କରିପାରି ନାହିଁ । ଓଡିଶା ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମହାରାଷ୍ଟ୍ର ୩ ୱିକେଟ ବିନିମୟରେ ୭୮ ରନ ସଂଗ୍ରହ କରି ଓଭରାଲ ୪୦ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ମହାରାଷ୍ଟ୍ର ପ୍ରଥମ ଇନିଂସରେ ୧୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଓଡିଶା ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା ।
ସ୍ୱସ୍ତିକ ୧୧୮ ଓ ସନ୍ଦୀପ ପଟ୍ଟନାୟକଙ୍କ ୪୧ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନ ଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଏକଦା ୩ଟି ୱିକେଟ ହରାଇ ୧୨୭ ରନ କରିଥିବା ଓଡିଶା ବାକି ୭ଟି ୱିକେଟ ୬୭ ରନରେ ହରାଇଥିଲା । ରଜନୀଶ ଗୁରବାନୀ ଓ ରାମକ୍ରିଷ୍ଣ ଘୋଷ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଷ୍ଟମ୍ପସ ଅପସାରଣବେଳକୁ ଅଙ୍କିତ ବାୱେନ ୭ ଓ ପ୍ରଶାନ୍ତ ସୋଲାଙ୍କି କୌଣସି ରନ ନ କରି ଅପରାଜିତ ଅଛନ୍ତି । ଓଡିଶା ପକ୍ଷରୁ ତାରିଣୀ ସହ ୨ଟି ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ୱିକେଟ ନେଇଛନ୍ତି । ଓଡିଶା ୪ଟି ମ୍ୟାଚରୁ ୪ ପଂଏଟ ହାସଲ କରି ଏବଂ ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି ।
Comments are closed.