ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଆଉ ଏହି ଟିମରେ ପ୍ରତିରକ୍ଷା ସଚିବ ଭାବରେ ମନୋନୀତ ହୋଇଛନ୍ତି ପିଟର ବ୍ରାଏନ୍ ହେଗସେଥ। ଯିଏକି ଜଣେ ଟେଲିଭିଜନ ଆଙ୍କର।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଦଳର ସଦସ୍ୟମାନେ ତାଙ୍କୁ ଚୟନ କରିନଥିଲେ ମଧ୍ଯ ଟ୍ରମ୍ପ ହେଗସେଥଙ୍କୁ ଚୟନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯେତେବେଳେ ଟ୍ରମ୍ପ ତାଙ୍କ ନାମ ଘୋଷଣା କରିଥିଲେ, ସେତେବେଳେ ସେ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ପିଟଙ୍କ ନେତୃତ୍ୱରେ ଆମେରିକାର ଶତ୍ରୁମାନଙ୍କୁ ଚେତାବନୀ ଦିଆଯାଉଛି ଯେ ଆମର ସୈନ୍ୟବାହିନୀ ପୁନର୍ବାର ଶକ୍ତିଶାଳୀ ହେବାକୁ ଯାଉଛି ଓ ଆମେରିକା କେବେବି ପଛଘୁଞ୍ଚା ଦେବ ନାହିଁ।
ତେବେ ପିଟ୍ ହେଗସେଥ୍ ଜଣେ ସୈନ୍ୟ ଥିବାବେଳେ ଏକ ଲୋକପ୍ରିୟ ଚେହେରା ମଧ୍ଯ। ୪୪ ବର୍ଷୀୟ ହେଗସେଥ ୨୦୧୪ରେ ଫକ୍ସ ନ୍ୟୁଜରେ ଯୋଗଦେବା ପରେ ଚ୍ୟାନେଲର “ଫକ୍ସ ଆଣ୍ଡ ଫ୍ରେଣ୍ଡସ୍ ୱିକେଣ୍ଡ” ର କୋ-ହୋଷ୍ଟ ଭାବେ ରହିଛନ୍ତି ଓ ଫକ୍ସ ନେସନର ହୋଷ୍ଟ ଭାବରେ ମଧ୍ଯ ସେ କାର୍ଯ୍ୟରତ।
Comments are closed.