Latest Odisha News

BREAKING NEWS

ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ମାମଲା : ଜେଲ୍ ଗଲେ ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ମୁମ୍ବାଇ: କର୍ତବ୍ୟରତ ପୋଲିସ କର୍ମଚାରୀ ଉପରକୁ ଆକ୍ରମଣ କରିବା ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ କୋର୍ଟ ଦଣ୍ଡାଦେଶ କରିଛନ୍ତି । ଯଶୋମତୀଙ୍କୁ ୩ ମାସ ଜେଲ୍ ଓ ୧୫ ହଜାର ଟଙ୍କା ଜରିମାନା ବାବଦରେ ଦେବାକୁ ପଡିବ । ୮ ବର୍ଷ ତଳର ଏହି ପୁରୁଣା କେସକୁ ଶୁଣାଣୀ କରି ଏହି ରାୟ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ଅମ୍ବାଦେବୀ ମନ୍ଦିର ନିକଟରେ ଡୁ୍ୟଟି କରୁଥିବା ଉଲ୍ଲାସ ରୋରାଲେ ନାମକ ଜଣେ ପୋଲିସ କର୍ମଚାରୀଙ୍କୁ ସେ ପିଟିଥିଲେ । ଏଥିନେଇ ଯଶୋମତୀଙ୍କ ସମେତ କାର ଡ୍ରାଇଭର ଓ ଅନ୍ୟ ୨ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଗୁରୁବାର ଶୁଣାଣୀରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Leave A Reply

Your email address will not be published.