Latest Odisha News

BREAKING NEWS

ଯେତେ ଶସ୍ତା ସାବୁନ୍ ସେତେ ଭଲ: ପୂର୍ବତନ ଏମ୍ସ ପ୍ରାଧ୍ୟାପକ ଡ. ବିନୋଦ ପାତ୍ର

ଭୁବନେଶ୍ୱର: ବିଶ୍ୱ ହାତଧୁଆ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓ ୟୁନିସେଫ୍ ଦ୍ୱାରା ଏକ ୱେବିନାର୍ ଆୟୋଜିତ ହୋଇଯାଇଛି । ବିଶେଷକରି ସାବୁନ୍‌ରେ ହାତ ଧୋଇବା ଅଭ୍ୟାସକୁ ସ୍କୁଲ୍‌ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଦୀର୍ଘ ଏକ ମାସ ଧରି ଚାଲୁ ରହିବ । ଏସ୍‌ସି –ଏସ୍‌ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ଦ୍ୱାରା ସାନିଟାଇଜେସନ୍ ଓ ହାଣ୍ଡ୍ ହାଇଜିନ୍ କ୍ୟାମ୍ପେନ୍ ଉନ୍ମୋଚନ କରାଯାଇଥିଲା ।

ହାତକୁ ସ୍ୱଚ୍ଛତା ରଖିବାର ଗୁରୁତ୍ୱକୁ ଜଣାଇ ୟୁନିସେଫ୍ ତରଫରୁ ପ୍ରତିବର୍ଷ ଅକ୍ଟୋବର ୧୫ ରେ ବିଶ୍ୱ ହାତଧୁଆ ଦିବସ ଭାବେ ପାଳନ କରାଯାଏ । ହାତ ଧୋଇବା ଏକ ସରଳ ଅଭ୍ୟାସ ଯାହା ରୋଗକୁ ରୋକିବା ଏବଂ ସାମଗ୍ରୀକ ଭାବେ ଉନ୍ନତ ସ୍ୱାସ୍ଥ୍ୟପାଇଁ ଏହି ଅଭ୍ୟାସ ହେଉଛି ଏକ ପ୍ରଭାପଶାଳୀ ଓ ସୁଲଭ ଉପାୟ ।

ବିଶ୍ୱ ହାତଧୁଆ ଦିବସ ଏକ ଅଭିଯାନ, ଯାହା ପ୍ରତ୍ୟେକ ବୟସ୍କର ଲୋକଙ୍କୁ ଜୀବାଣୁମୁକ୍ତ ରହିବା ପାଇଁ ହାତଧୁଆ ଅଭ୍ୟାସକୁ ପ୍ରୋତ୍ସାହିତ କରେ ଏବଂ ଏଥି ନିମିତ୍ତବିଶ୍ୱବାସୀଙ୍କୁ ପ୍ରେରିତ କରେ । ଏହି ବର୍ଷର ଥିମ୍ ହେଉଛି- ‘ସମସ୍ତଙ୍କ ପାଇଁ ହାତର ସ୍ୱଚ୍ଛତା’ । ବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକତା ଓ ସ୍ୱଚ୍ଛତାର ଗୁରୁତ୍ୱକୁ ଉପଲବ୍ଧି କରାଇବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକମାନେ କିପରି ସାବୁନ୍ ଦ୍ୱାରା ହାତ ଧୋଇବେ । ପରବର୍ତ୍ତ ସମୟରେ ଏହି ପ୍ରକ୍ରିୟାକୁ ନିଜର ଜୀବନ ଶୈଳୀରେ ସାମିଲ୍ କରିପାରିବେ ଏନେଇ ଅଧିକ ଧ୍ୟାନ ଦେବା ଏହାର ମୁଳ ଉଦ୍ଦେଶ୍ୟ ରହିଛି ।

ବିଶ୍ୱ ହାତଧୁଆ ଦିବସ ଅବସରରେ ଆୟୋଜିତ ଏହି ୱେବିନାର୍‌ରେ ଭୁବନେଶ୍ୱର ଏମ୍ସ ହସ୍ପିତାଲ୍ ଅତିରିକ୍ତ ପ୍ରାଧ୍ୟାପକ ଡ. ବିନୋଦ୍ ପାତ୍ରୋ କହିଛନ୍ତି, “ଯେତେ ଶସ୍ତା ସାବୁନ୍ ସେତେ ଭଲ । କାହିଁକି ନା ଶସ୍ତା ସାବୁନ୍‌ରେ ଅଧିକ ସୋଡା ଓ କେମିକାଲ୍ ରହିଥାଏ ଯାହା ଜୀବାଣୁମାନଙ୍କୁ ମାରିବାରେ ସାହାଯ୍ୟ କରିଥାଏ । ତେବେ ହାତ ଧୋଇବା ପାଇଁ କୈାଣସି ଦାମି ସାବୁନ୍ କିଣିବାରେ ଆବଶ୍ୟକତା ନାହିଁ । ବଜାରରେ ମିଳୁଥିବା ଯେକୈାଣସି ଶସ୍ତା ସାବୁନ ମଧ୍ୟ ବ୍ୟବହାର କରିପାରିବା ।”

ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ଶ୍ରୀ ପରମେଶ୍ୱରମ୍ ଜଳ ଜୀବନ ମିଶନ୍ ଓ ଅନୁଷ୍ଠାନ ଓ ପରିବାରରେ ଜଳ ଏବଂ ପରିମଳର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତରାଜ ସ୍ତରର ଭୂମିକା ବିଷୟରେ ଆଲୋକପାତ କରିଥିଲେ ।

ଜଳବାୟୁ ପରିବର୍ତ୍ତର୍ନ ଉପରେ ଜାତିସଂଘର ସେକ୍ରେଟାରୀ ଜେନେରାଲ୍ ୟୁୂଥ୍ କିମଟିର ସଦସ୍ୟା ଅର୍ଚ୍ଚନା ସୋରେଙ୍ଗ୍ ଜଳବାୟୁ ପରିବର୍ତ୍ତନ ଉପରେ ଆଦିବାସୀ ଅଞ୍ଚଳର ଯୁବପିଢୀମାନଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତାରର ଗୁରୁତ୍ୱକୁ ବୁଝାଇଥିଲେ ।

ଏହି ମାସରେ ଲମ୍ବା ସମୟ ଧରି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ସଚେତନତା ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଗାଁ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ହେବ । ସଫ୍ଟୱେୟାର୍ କାର୍ଯ୍ୟକ୍ରମ, ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ସଚେତନତା, ହାତ ସଫେଇ କାର୍ଯ୍ୟକ୍ରମ, କାନ୍ଥରେ ସ୍ଲୋଗାନ ଲେଖିବାର ପ୍ରତିଯୋଗୀତା, ସାଧାରଣଜ୍ଞାନ, ଫ୍ୟାନ୍ସୀ ଡ୍ରେସ୍ ପ୍ରତିଯୋଗୀତା ଓ ଏହିମାସ ସୁଦ୍ଧା ୫୦୦ ବିଦ୍ୟାଳୟ ମାନଙ୍କରେ ସ୍ଥାୟୀ ଭାବେ ହାତ ସଫା କରିବାପଇଁ ପାଣିଟ୍ୟାଙ୍କର୍‌, ଷ୍ଟାଣ୍ଟ୍‌, ସାବୁନ୍‌ର ବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛି । ୟୁନିସେଫ୍ ତରଫରୁ ୧୫ ତାରିଖ ବିଶ୍ୱ ହାତ ଧୁଆ ଦିବସରୁ ଆରମ୍ଭ କରି ୧୯ ତାରିଖ ବିଶ୍ୱ ପ୍ରସାଧନ ଦିବସ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଯୋଜନା ରହିଛି ।

Leave A Reply

Your email address will not be published.