Latest Odisha News

BREAKING NEWS

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ର‌ରେ ବର୍ଷା ବିଭୀଷିକା ଜାରି ରହିଛି। ମୂଷଳ ଧାରାରେ ବର୍ଷା କାରଣରୁ ରାଜ୍ୟ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲାରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ ହରାଇଥିବା ବେଳେ ଶଖର ସୂତାର ୱାଡିରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଅନେକ ମାଟି ତଳେ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ପଦ‌େକ୍ଷପ ନିଆଯାଇଛି ବୋଲି ଜିଲ୍ଲା କଲେକ୍ଟର ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ ଏନ୍‌ଡିଆର୍‌ଏଫ୍‌ ର ଏକ ଟିମ୍ ମୁମ୍ବାଇ ଠାରୁ ୧୬୦ କିଲୋମିଟର ଦୂରରେ ମହଦରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତି ସମୀକ୍ଷା କରୁଛନ୍ତି।

Leave A Reply

Your email address will not be published.